ଟ୍ୱିଟ୍ କଲେ ବିବାଦ ଘେରକୁ ଆସିଲେ, ସ୍ୱାମୀ ଅଗ୍ନିବେଶଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦୀୟ ହୋଇଛନ୍ତି ସିବିଆଇର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ

255

କନକ ବ୍ୟୁରୋ : ସ୍ୱାମୀ ଅଗ୍ନିବେଶଙ୍କ ସଂପର୍କରେ ସିବିଆଇର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ୟାଡର ଅବସରପ୍ରାପ୍ତ ଆଇପିଏସ ଅଫିସର ଏମ୍ ନାଗେଶ୍ୱର ରାଓଙ୍କ ଟ୍ୱିଟକୁ ନେଇ ବିବାଦ ସୃଷ୍ଟି ହୋଇଛି । ବିଶିଷ୍ଟ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ପରଲୋକ ପରେ ସୋସିଆଲ ମିଡିଆରେ ଅତି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ନାଗେଶ୍ୱର ରାଓ । ସେ ଲେଖିଛନ୍ତି, ଗେରୁଆ ପୋଷାକ ପିନ୍ଧି କାର୍ଯ୍ୟ କରୁଥିଲେ । ସେ ଆହୁରି ମଧ୍ୟ ଲେଖିଛନ୍ତି, ତାଙ୍କର ଯମରାଜଙ୍କ ବିରୋଧରେ ଅଭିଯୋଗ ହେଉଛି କାହିଁକି ସେ ଏତେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ।

୮୦ ବର୍ଷ ବୟସରେ ଗତକାଲି ହୃଦଘାତରେ ପ୍ରାଣ ହରାଇଛନ୍ତି ସ୍ୱାମୀ ଅଗି୍ନବେଶ । ତାଙ୍କ ମୃତ୍ୟୁର ଠିକ୍ ପରେ ପରେ ଏପରି ଟ୍ୱିଟ୍ କରିଥିଲେ ନାଗେଶ୍ୱର । ଏହାକୁ ନେଇ ସୋସିଆଲ୍ ମିଡିଆରେ ବାଦ-ବିବାଦ ସୃଷ୍ଟି ହୋଇଛି । ଅନେକ କହିଛନ୍ତି ଜଣେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ, ସୋସିଆଲ ମିଡିଆରେ ଘୃଣା ଭାବ ବୃଦ୍ଧି କରୁଛନ୍ତି ।