କନକ ବ୍ୟୁରୋ : ବିଜେପିରେ ଯୋଗ ଦେଇଛନ୍ତି କୋଲକତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜୀତ ଗଙ୍ଗୋପାଧ୍ୟାୟ । ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ସୁବେନ୍ଦୁ ଅଧିକାରୀ ଓ ଅନ୍ୟ ନେତାଙ୍କ ଉପସ୍ଥିିତିରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି ।
ଜଷ୍ଟିସ ଗଙ୍ଗୋପାଧ୍ୟାୟ ମାର୍ଚ୍ଚ ୫ ତାରିଖରେ ବିଚାରପତି ପଦରୁ ଇସ୍ତଫା ଦେଇଥିଲେ । ଏକ ସାମ୍ବାଦିକ ସମ୍ମଳିନୀ କରି ସେ ୭ ତାରିଖରେ ବିଜେପିରେ ଯୋଗ ଦେଉଥିବା କଥା ମଧ୍ୟ ସୂଚନା ଦେଇଥିଲେ । ସେ ଚଳିତ ବର୍ଷ ଅଗଷ୍ଟ ମାସରେ ଅବସର ନେବାର ଥିଲା, ମାତ୍ର ତା ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/Capture-7.jpg)