ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ । ଓମଫେଡର ପରିଚାଳନା ନିର୍ଦ୍ଦେଶକ ହେଲେ ପୂର୍ବତନ ବିଏମସି କମିଶନର

266

କନକ ବ୍ୟୁରୋ: ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ । ଓମଫେଡର ପରିଚାଳନା ନିର୍ଦ୍ଦେଶକ ହେଲେ ବିଜୟ ଅମୃତ କୁଲାଙ୍ଗେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତାଙ୍କର ନୂଆ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ସେ ବିଏମସି କମିଶନର ଦାୟିତ୍ୱରେ ଥିଲେ । କିଛି ଦିନ ତଳେ ତାଙ୍କୁ ହଠାତ୍ ପଦରୁ ହଟାଇ ଏକ ମାସ ଛୁଟି ଦିଆଯାଇଥିଲା । ଆଉ ଛୁଟି ସରିବା ପରେ ଏବେ ସରକାର ତାଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ।