ପଦବୀ ଗଲା ପରେ ଅଲୋଡା ନେତା । ଦୁର୍ଦିନରେ ଜୀବନ କାଟୁଛନ୍ତି ପୂର୍ବତନ ବ୍ଲକ ଚେୟାରମ୍ୟାନ୍

225

କନକ ବ୍ୟୁରୋ : ପଦବୀ ଗଲା ପରେ ଅଲୋଡା ନେତା । ଦୁର୍ଦିନରେ ଜୀବନ କାଟୁଛନ୍ତି ପୂର୍ବତନ ବ୍ଲକ ଚେୟାରମ୍ୟାନ୍ । ବାର୍ଧକ୍ୟ ଭତା ଓ ରାସନ ସହ ବାପା ମା ଭରସା । ବ୍ଲକ ଚେୟାରମ୍ୟାନ୍ କହିଲେ ବ୍ଲକର ମୁଖିଆ । ତାଙ୍କ ସ୍ୱାକ୍ଷର ଓ କଥାରେ କୋଟି କୋଟି ଟଙ୍କାର କାମ ହୁଏ । ହେଲେ ପଦବୀ ଗଲା ପରେ ଏମିତି ବି ଅଛନ୍ତି ଦୁର୍ଦିନରେ କାଳାତିପାତ କରୁଛନ୍ତି ।

ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ବଡସିଂହାରୀ ଗାଁ ପୂର୍ବତନ ବ୍ଲକ ଚେୟାରମେନ ମୈଥଳୀ ବଗର୍ତୀ । ୨୦୦୭ରୁ ୨୦୧୨ ମସିହା ଯାଏଁ ମୈଥଳୀ ବ୍ଲକ ଚେୟାରମ୍ୟାନ୍ ହୋଇଥିଲେ । ତାଙ୍କ ସମୟରେ ଅନେକ କାମ ହେବା ସହ ବେଶ୍ ଖାତିର ଥିଲା । ହେଲେ ପଦବୀ ଗଲା ପରେ କେହି ପଚାରିଲେନି । ପ୍ରଥମେ ସ୍ୱାମୀଙ୍କ ମୃତ୍ୟୁ ଓ ପରେ ଏକମାତ୍ର ପୁଅ ମାନସିକ ଅନଗ୍ରସର ହେବା ପୁରା ତାଙ୍କୁ ଦୁର୍ଦିନକୁ ଠେଲି ଦେଇଛି । ଫଳରେ ମାଁ ପୁଅ ପାଉଥିବା ଏକ ହଜାର ଟଙ୍କା ଭତା ଓ ୧୦ କେଜି ଚାଉଳରେ ବହୁ କଷ୍ଟରେ ଚଳୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ବିଧାନସଭାରେ ଆଲୋଚନା ହେଉଛି । ପେନସନ ବଢାଇବା ପାଇଁ ତୁମ୍ଭିତୁଫାନ ହେଉଛି । ହେଲେ ମୈଥଳୀ ପରି ବ୍ଲକ ଚେୟାରମ୍ୟାନ୍ କଣ ଜନପ୍ରତିନିଧି ନୁହନ୍ତି କି । ତେବେ ସେମାନଙ୍କୁ କେବଳ ବାର୍ଧକ୍ୟ ଭତା ଯଥେଷ୍ଟ କି । ଏମାନଙ୍କ ପାଇଁ କାହିଁକି କୌଣସି ପେନସନ କିମ୍ବା ସହାୟତାର ବ୍ୟବସ୍ଥା ନାହିଁ ।