କନକ ବ୍ୟୁରୋ : ରାଜସ୍ଥାନ ବିଜେପି ନେତା ଜ୍ଞାନଦେବ ଆହୁଜାଙ୍କ ବିବାଦୀୟ ବୟାନ ପରେ ତାଙ୍କ ପାଇଁ ଅଡୁଆ ବଢିଛି । କହିରଖୁ କି, ଜ୍ଞାନଦେବଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜ୍ଞାନଦେବ କହୁଛନ୍ତି କି ‘ଆମେ ତ ସେମାନଙ୍କର ୫ ଜଣ ଲୋକଙ୍କୁ ମାରିଛୁ, ହେଲେ ପ୍ରଥମ ଥର ପାଇଁ ସେମାନେ ଆମର ଜଣେ ଲୋକଙ୍କୁ ହତ୍ୟା କରିଛନ୍ତି’ । ଜ୍ଞାନଦେବଙ୍କ ଏଭଳି ବୟାନ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଜ୍ଞାନଦେବ ଆହୁଜା ମୋବ ଲିଚିଂରେ ମୃତ୍ରୁ୍ୟବରଣ କରିଥିବା ଚିରଞ୍ଜିଲାଲଙ୍କ ଘରକୁ ଯାଇଥିବା ବେଳେ ସେଠାରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି । କୁହାଯାଉଛି କି ଜ୍ଞାନଦେବ ଉଦୟପୁରରେ କହ୍ନେୟାଲାଲଙ୍କ ହତ୍ୟା ଆଧାରରେ ଏହି ବୟାନ ଦେଇଛନ୍ତି । ଜ୍ଞାନଦେବ କେବଳ ଏତିକି କହି ନାହାଁନ୍ତ ସେ ଆହୁରି କହିଛନ୍ତି କି “ମୁଁ ମୋର କାର୍ଯ୍ୟକର୍ତ୍ତାଙ୍କୁ ପୁରା ସ୍ୱାଧୀନତା ଦେଇଛି , ଏହାସହ ସେମାନେ ହତ୍ୟା କରିବା ପରେ କିଭଳି ଜାମିନ ପାଇବେ ତାର ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ଆହ୍ୱାନ ଦେଇଛି” । ଏଭଳି ବୟାନକୁ ନେଇ ମାମଲା ରୁଜୁ ହେବା ପରେ ଜ୍ଞାନ ଦେବ ସଫେଇ ଦେଇ କହିଛନ୍ତି କି ମୁଁ ସାଂପ୍ରଦାୟୀକ ବ୍ୟକ୍ତି ନୁହେଁ କି ମୁସଲମାନଙ୍କ ବିରୋଧରେ ନୁହେଁ ।
ସୂଚନା ଥାଉକି ଜ୍ଞାନଦେବ ଆହୁଜା ରାମଗଡର ପୂର୍ବତନ ବିଧାୟକ ଓ ବରିଷ୍ଠ ବିଜେପି ନେତା । ସେ ଏକ ବିଶେଷ ସମୁଦାୟର ଜଣେ ଲୋକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି ଏହି ହତ୍ୟା ଅଭିଯୁକ୍ତଙ୍କ ବିରୋଧରେ ମୋବ ଲିଚିଂ ଧାରାରେ ମାମଲା ରୁଜୁ ହେବା ଆବଶ୍ୟକ ।