ଗଜପତିରେ ଭାଙ୍ଗିଲା ବିଜେପିର ଦୁର୍ଗ : ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଭି ରାଭଣା ବିଜେଡିରେ ସାମିଲ୍

Advertisment
ଗଜପତିରେ ଭାଙ୍ଗିଲା ବିଜେପିର ଦୁର୍ଗ : ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଭି ରାଭଣା ବିଜେଡିରେ ସାମିଲ୍

କନକ ବ୍ୟୁରୋ : ଗଜପତିରେ ଭାଙ୍ଗିଲା ବିଜେପିର ଦୁର୍ଗ । ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଭି. ରାଭଣାଙ୍କ ସହ କେତକ ମଣ୍ଡଳ ସଭାପତି ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ପକ୍ଷରୁ ଅନୁଷ୍ଠିତ ଗଣ ମିଶ୍ରଣ ପର୍ବରେ ବିଦ୍ଧିବଦ୍ଧ ଭାବେ ବିଜେପି ଛାଡି ବିଜେଡି ଯୋଗ ଦେଇଛନ୍ତି ଭି ରାଭଣା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା କହିଛନ୍ତି ବିଜେପି ନେତା । ଏହି କାର୍ଯ୍ୟକ୍ରମରେ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ବ୍ରହ୍ନପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟନ ବିକ୍ରମ ପଣ୍ଡା, ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe