ବିଜେଡି ଛାଡ଼ି ବିଜେପିକୁ ଗଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ସେପଟେ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ୱାଳ,ବିଜେଡିରେ ମିଶିବା ନେଇ ଚର୍ଚ୍ଚା

159

କନକ ବ୍ୟୁରୋ : ନିର୍ବାଚନ ଋତୁ ଆସିବାପରେ ନେତାଙ୍କ ଚାଲିଛି ଆୟାରାମ ଗୟାରାମ । ବିଜେଡି ଓ କଂଗ୍ରେସର ଦୁଇଜଣ ଜଣାଶୁଣା ନେତା ଦଳ ଛାଡିଛନ୍ତି । ପୂର୍ବତନ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର ଆଜି ହିଁ ବିଜେଡିରୁ ଇସ୍ତଫା ଦେଇଥିଲେ । ଆଗରୁ ଡିଲ ସରିଥିଲା । ତେଣୁ ଶତାଧିକ ସମର୍ଥକଙ୍କ ସହ ବିରାଟ ପଟୁଆରରେ ରାଜ୍ୟ କାର୍ଯ୍ୟାଳୟ ଆସି ବିଜେପିରେ ସାମିଲ ହୋଇଛନ୍ତି ପ୍ରିୟଦର୍ଶୀ    । ଏହାପରେ ପ୍ରିୟଦର୍ଶୀ କହିଛନ୍ତି, ଦଳ କ୍ରମାଗତ ଭାବେ ଅବହଳା କରିଛି । ତେଣୁ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ହେଉଛନ୍ତି ପ୍ରିୟଦର୍ଶୀ । ୨୦୧୪ରେ ସେ ଉତର ଭୁବନେଶ୍ୱରରୁ ବିଧାୟକ ହୋଇଥିଲେ । କିନ୍ତୁ ୨୦୧୯ରେ ତାଙ୍କୁ ଟିକେଟ ମିଳିନଥିଲା ।

ସେହିଭଳି ଶନିବାର କେଂଗ୍ରେସକୁ ଡବଲ ବଡ ଝଟକା ଲାଗିଛି । ଦଳ ଛାଡିଛନ୍ତି ହେଭିୱେଟ ତଥା ଜଗତସିଂହପୁର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ସୂର୍ଯ୍ୟ ରାଓ । ୨୦୦୪ରେ ତିର୍ତ୍ତୋଲରୁ ଓ ୨୦୧୪ରେ ଜଗତସିଂହପୁରରୁ ବିଧାୟକ ହୋଇଥିଲେ ଚିରଞ୍ଜୀବ । ବିଧାନସଭାରେ ବିରୋଧୀ ଦଳ ଉପନେତା ବି ଥିଲେ । କିନ୍ତୁ ୨୦୧୯ରେ ହାରିଯାଇଥିଲେ । ଚିରଞ୍ଜୀବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବି ଥିଲେ । ଚିରଞ୍ଜୀବ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ପୁଅ । ସୋମବାର ସେ ବିଜେଡିରେ ମିଶିବା ଚର୍ଚ୍ଚା ହେଉଛି । ସେହିଭଳି ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ, ସୂର୍ଯ୍ୟ ରାଓ କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି ।

ବିଜେଡି ରାଜ୍ୟରେ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘେ।।ଷଣା କରିଛି । କିନ୍ତୁ ବିଜେପି ଓ କଂଗ୍ରେସ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ତେଣୁ ଚର୍ଚ୍ଚା ହେଉଛି ଆଗକୁ ନେତାଙ୍କ ଦଳ ଡିଆଁ ଜାରି ରହିବ ।