କନକ ବ୍ୟୁରୋ : ଥାନା ବାବୁଙ୍କ ନୂଆ ଠିକଣା ଜେଲ । ଜେଲ ଗଲେ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣାରେ ଗିରଫ ଥାନା ଅଧିକାରୀ । ବୀରମିତ୍ରପୁର ଥାନାର ବହିଷ୍କୁତ ତଥା କ୍ରାଇମବ୍ରାଂଚ ଦ୍ୱାରା ଗିରଫ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କ ଚାରି ଦିନିଆ ରିମାଣ୍ଡ ସରିବା ପରେ ଆଜି କ୍ରାଇମବ୍ରାଞ୍ଚ ତାଙ୍କୁ ସୁନ୍ଦରଗଡ ସ୍ୱତନ୍ତ୍ର ପୋସ୍କୋ କୋର୍ଟରେ ହାଜିର କରିଥିଲା । କୋର୍ଟ ଆନନ୍ଦ ମାଝୀଙ୍କୁ ଆସନ୍ତା ୧୮ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

Advertisment

ଗତ ବୁଧବାର ଦିନ କ୍ରାଇମବ୍ରାଂଚ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କରିବା ପରେ ଗତ ଗୁରୁବାର କୋର୍ଟରେ ହାଜର କରାଇଥିଲା । ପରେ ୪ ଦିନଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଆଜି ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏବଂ ସ୍ୱତନ୍ତ୍ର ପସ୍କୋ କୋର୍ଟ ପୁଣି ଶୁଣାଣି କରି ବହିଷ୍କୃତ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏହାସହ କ୍ରାଇମବ୍ରାଞ୍ଚ ଆବେଦନ କରିଥିବା ୨ଜଣ ସାକ୍ଷୀଙ୍କ ୧୬୪ ବୟାନ ରେକର୍ଡର୍କୁ କୋର୍ଟ ଗ୍ରହଣ କରିଛନ୍ତି । ଆଉ ଶେଷରେ ଥାନା ଚୌକିରୁ ବାବୁଙ୍କ ଠିକଣା ପାଲଟିଯାଇଛି ସୁନ୍ଦରଗଡ ଜେଲ୍ ହାଜତ ।