ପ୍ରେମ ପାଇଁ ମଣିଷ ସବୁକିଛି ଭୁଲିଯାଇଥାଏ । ଆଉ ଖାସ୍ ପ୍ରେମିକା ପାଇଁ ପୂରା ଦୁନିଆ ସହ ମଧ୍ୟ ଲଢିବାକୁ ପଛାଇନଥାଏ ପ୍ରେମିକ । ଠିକ୍ ସେହିଭଳି ଭଲପାଇବାର ଆଉ ଏକ ମିଶାଲ ସାଜିଛନ୍ତି ଭୁଟାନର ପୂର୍ବତନ ପ୍ରଧାନମନ୍ତ୍ରୀ । କିନ୍ତୁ ଯୁଦ୍ଧ କରି ନୁହେଁ ବରଂ ଏଭଳି କିଛି କରିଛନ୍ତି ଯେଉଁଥିପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ଭୁଟାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବେଗେ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଅନୁଯାୟୀ, ତୋବେଗେ ନିଜ ପତ୍ନୀଙ୍କୁ କାନ୍ଧରେ ବସାଇ କାଦୁଅ ରାସ୍ତା ପାର ହେଉଥିବାର ଦେଖାଯାଇଛି । ଭୁଟାନର ପୂର୍ବତନ ପ୍ରଧାନମନ୍ତ୍ରୀ ତୋବେଗେ ନିଜର ପତ୍ନୀ ତାଶୀ ଦେମାଙ୍କ ସହ କେଉଁ ଏକ ସ୍ଥାନରୁ ଫେରୁଥିବା ବେଳେ ବାଟରେ କାଦୁଅ ରାସ୍ତା ପଡିଥିଲା । ତେଣୁ ପତ୍ନୀଙ୍କ ପାଦରେ କାଳେ କାଦୁଅ ଲାଗିଯିବ ତେଣୁ ତାଙ୍କୁ କାନ୍ଧରେ ବସାଇଥିଲେ ସ୍ୱାମୀ ତୋବେଗେ । ଏହି ଫଟୋକୁ ତୋବେଗେ ସୋସିଆଲ ମିଡିଆରେ ଏହି ସେୟାର କରିବା ସହ ଲେଖିଥିଲେ, ମୁଁ ସାର ବାଲ୍ଟର ରେଲେଙ୍କ ଭଳି ତ ହୋଇପାରିବିନି କିନ୍ତୁ ଜଣେ ପୁରୁଷ ଭାବେ ସ୍ତ୍ରୀର ପାଦ ସଫା ରଖିବାକୁ ଯାହା କରିବା କଥା କରିଛି ।
Not as dashing as Sir Walter Raleigh, but a man’s gotta do what a man’s gotta do to keep his lady’s feet clean. 💕 pic.twitter.com/cSJWoMQm07
— Tshering Tobgay (@tsheringtobgay) September 12, 2018
ଏହି ଫଟୋରେ ତୋବେଗେ ନିଜ କାଦୁଅ ପଚପଚ ରାସ୍ତାରେ ଚାଲୁଥିବା ବେଳେ ପତ୍ନୀଙ୍କ ପାଦରେ ଯେପରି କାଦୁଅ ନ ଲାଗିବ ସେଥିପାଇଁ ତାଙ୍କୁ କାନ୍ଧରେ ବସାଇଥିଲେ । ଯେଉଁଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ସାର ବାଲ୍ଟର ରେଲେଙ୍କ ସହ ତୁଳନା କରାଯାଇଛି । ସାର ବାଲ୍ଟର ରେଲେ ଇଂଲଣ୍ଡର ରାଣୀ ଏଲିଜାବେଥଙ୍କ ପାଦରେ କାଦୁଅ ନ ଲାଗୁ ସେଥିପାଇଁ ସେ ନିଜର କପଡା ଖୋଲି ରାସ୍ତାରେ ବିଛାଇ ଦେଇଥିଲେ । ତେଣୁ ତୋବେଗେ ମଧ୍ୟ ଠିକ୍ ସେହିଭଳି କରି ପ୍ରେମର ନୂଆ ପରିଭାଷା ସୃଷ୍ଟି କରିଛନ୍ତି । ତୋବେଗେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ଭୁଟାନର ପ୍ରଧାନମନ୍ତ୍ରୀ ରହିଥିଲେ ।