କନକ ବ୍ୟୁରୋ: ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଢାକାସ୍ଥିତ ବାସଭବନରୁ ଦେଶବାସୀଙ୍କୁ ସମ୍ୱୋଧନ କରିବାକୁ ଚାହୁଁଥିଲ, କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା । ଏବେ ଭାରତରେ ଥିବା ଏହି ୭୬ ବର୍ଷୀୟ ରାଜନେତା ତାଙ୍କ ଘନିଷ୍ଠ ସହଯୋଗୀଙ୍କ ସହ ସେହି ଭାଷଣ ଅଭିଭାଷଣ ବାବଦରେ କଥା ହୋଇଛନ୍ତି । ଶେଖ୍ ହସିନା କହିଛନ୍ତି, ଆମେରିକା ବାଂଲାଦେଶରେ ଶାସନ ପରିବର୍ତ୍ତନ ପାଇଁ ଷଡ଼ଯନ୍ତ୍ର କରୁଛି ବୋଲି ଅଭିଯୋଗ କରିଛନ୍ତି । ଯଦି ତାଙ୍କୁ ସୁଯୋଗ ମିଳିଥାନ୍ତା, ତେବେ ସେ ତାଙ୍କ ଅଭିଭାଷଣରେ ଏହା କହିଥାନ୍ତେ ବୋଲି ରିପୋର୍ଟରେ କୁହାଯାଇଛି । ଘନିଷ୍ଠ ସହଯୋଗୀଙ୍କୁ ପଠାଯାଇଥିବା ଏକ ବାର୍ତ୍ତାରେ ଶେଖ୍ ହସିନା କହିଛନ୍ତି, ଛାତ୍ରଛାତ୍ରୀଙ୍କ ମୃତଦେହ ଉପରେ କ୍ଷମତାକୁ ଆସିବାକୁ ଚାହୁଁଥିଲେ, କିନ୍ତୁ ସେ ଏହାକୁ ଅନୁମତି ଦେଇନଥିଲେ। ତେଣୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୋଲି କହିଛନ୍ତି। ଯଦି ସେ ସେଣ୍ଟମାର୍ଟିନ ଦ୍ୱୀପକୁ ଆମେରିକାକୁ ଦିଆଯାଇଥାନ୍ତା ତାହେଲେ ବଙ୍ଗୋପସାଗରରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିଥାନ୍ତା । ଯଦି ଏହା ହୋଇଥାନ୍ତା ତାହେଲେ ସେ କ୍ଷମତାରେ ରହିଥାନ୍ତେ, କିନ୍ତୁ ସେ ଏପରି କରିନଥିଲେ । ତେଣୁ ଆମେରିକା ବାଂଲାଦେଶର ମୌଳବାଦୀଙ୍କ ଦ୍ୱାରା ଷଡଯନ୍ତ୍ର କରାଉଛି ବୋଲି ହାସିନା କହିଥିବା ସୂଚନା ରହିଛି । ଯଦି ସେ ଦେଶରେ ରହିଥାନ୍ତେ, ତା'ହେଲେ ଅଧିକ ଜୀବନ ଯାଇଥାନ୍ତା। ତେଣୁ ସେ ଦେଶ ଛାଡିବାକୁ ନିଷ୍ପତି ନେଇଥିଲେ ବୋଲି କହିଛନ୍ତି । କୁହାଯାଇଛି ଯେ ଆୱାମୀ ଲିଗ୍ ନେତୃବୃନ୍ଦଙ୍କୁ ଟାର୍ଗେଟ କରାଯାଇଥିବାରୁ ସେ ଦୁଃଖିତ ଏବଂ ସେ ଖୁବଶୀଘ୍ର ବାଂଲାଦେଶ ଫେରିବେ।

Advertisment