ବିଜେଡ଼ିରୁ ବିଦା ହେଲେ ବାଲେଶ୍ୱର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ : ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ହେଲେ ନିଲମ୍ବିତ; ଜୀବନ କହିଲେ, ସେ କୌଣସି ଭୂଲ କରିନାହାଁନ୍ତି

496

କନକ ବ୍ୟୁରୋ : ଉପନିର୍ବାଚନ ଫଳାଫଳ ପୂର୍ବରୁ ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ । ବାଲେଶ୍ୱର ସଦର ନିର୍ବାଚନର ଠିକ ଗୋଟିଏ ଦିନ ପରେ ବିଜେଡ଼ିରୁ ନିଲମ୍ବିତ ହେଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ଦଳ ଆଜି ଏହି ବଡ ନିଷ୍ପତ୍ତି ନେଇଛି । ବାଲେଶ୍ୱର ପୂର୍ବତନ ବିଧାୟକ ଥିଲେ ଜୀବନ ପ୍ରଦୀପ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଛି ।  ନିଲମ୍ବନ ପରେ ଜୀବନ ପ୍ରଦାପ ଦାଶ ପ୍ରତିକ୍ରିୟା ରଖିଛନ୍ତି । ଜୀବନ ପ୍ରଦୀପ ଦାଶ କହିଛନ୍ତି, ସେ କୌଣସି ଶୃଙ୍ଖଳା ଭଙ୍ଗ କରିନାହାନ୍ତି କି ଦଳ ବିରୋଧୀ କାର୍ଯ୍ୟ କରିନାହାଁନ୍ତି ।

ସୂଚନାନୁସାରେ, ଜୀବନପ୍ରଦୀପ ଦାଶ ଉପନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ବିଜେଡ଼ି ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଜୀବନ ପ୍ରଦୀପ ଦାଶ ୨୦୦୯ ଓ ୨୦୧୪ରେ ବାଲେଶ୍ୱର ସଦରର ବିଧାୟକ ଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ବିଜେପିର ମଦନ ମୋହନ ଦତ୍ତଙ୍କ ଠାରୁ ହାରିଯାଇଥିଲେ ।

ମଦନ ମୋହନ ଦତ ୭୪ ହଜାରରୁ ଅଧିକ ଭୋଟ ପାଇଥଇବାବେଳେ ଜୀବନ ପ୍ରଦୀପ ଦାଶ ୬୧ ହଜାରରୁ ଅଧିକ ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ଥିଲେ । ତେବେ ମଦନ ମୋହନ ଦତଙ୍କ ପରଲୋକ ପରେ ଏଠାରେ ହୋଇଥିବା ନିର୍ବାଚନରେ ତାଙ୍କୁ ଟିକେଟ ମିଳିନଥିଲା । ଏବେ ଉପନିର୍ବାଚନ ସରିବା ପରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଜୀବନ ପ୍ରଦୀପ ଦାଶ ।