କନକ ବ୍ୟୁରୋ : ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପରେ ମଧ୍ୟ ଅନେକ ଖେଳାଳୀଙ୍କ ଜୀବନ ସହଜରେ ବିତି ନାହିଁ । ଏଭଳି ଜଣେ କ୍ରିକେଟରଙ୍କ ଉଦାହରଣ ଦେବାକୁ ଯାଉଛୁ ଯେ କି, ଅନେକ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଥିଲେ ବି କ୍ରିକେଟରୁ ସନ୍ୟାସ ନେବା ପରେ ସେ ଏବେ ଜଣେ କାଠମିସ୍ତ୍ରୀ ଭାବେ କାମକରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।
ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବ ସ୍ପିନର ଜେଭିଅର ଡେହଟି ୨୦୧୭ ରୁ କ୍ରିକେଟରୁ ସନ୍ୟାସ ନେବା ପରେ ବହୁ ବାଧା ବିଘ୍ନ ଦେଇ ଜୀବନ ଅତିବାହିତ କରୁଛନ୍ତି । ବର୍ତମାନ ସେ ଘର ଚଳାଇବାକୁ କାଠ ମିସ୍ତ୍ରୀ ଭାବେ କାମ କରୁଛନ୍ତି । ଅଷ୍ଟ୍ରେଲିଆନ କ୍ରିକେଟର ଆସୋସିଏସନ ଡେହଟି କାଠ କାମ କରୁଥିବାର ଏକ ଭିଡିଓ ସେୟାର କରିଛି । ଏଥିରେ ଡେହଟି ଏକ ବିଲ୍ଡିଂ ପାଖରେ କାଠ କାମ କରୁଥିବାର ଦେଖିବାକୁ ମିଳିଛି ।
ଜାଭିଅର ଡେହଟି ଗୋଟିଏ ସମୟରେ ଅଷ୍ଟ୍ରେଲିଆ ଟିମର ପ୍ରମୁଖ ସ୍ପିନର ଥିଲେ । ସେ ୨୦୧୦ ମସିହାରେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ଥାପିଥିଲେ । ୨୦୧୫ ରେ ଅଷ୍ଟ୍ରେଲିଆ ଟିମ୍ ନ୍ୟୁଜିଲାଣ୍ଡକୁ ହରାଇ ୫ମ ଥର ପାଇଁ ବିଶ୍ୱକପ୍ ଜିତିଥିଲା । ଡେହଟି ତାଙ୍କର ଶେଷ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ୍ ସେହି ବିଶ୍ୱକପରେ ଶ୍ରୀଲଙ୍କା ବିରୋଧରେ ଖେଳିଥିଲେ । ହେଲେ ଫାଇନାଲ ମ୍ୟାଚରେ ତାଙ୍କୁ ଦଳରେ ସ୍ଥାନ ମିଳି ନଥିଲା ।
Test bowler turned carpenter 👷🔨
Xavier Doherty took some time to find what was right for him following his retirement from cricket, but he's now building his future with an apprenticeship in carpentry.#NationalCareersWeekpic.twitter.com/iYRq2m39jt
— Australian Cricketers' Association (@ACA_Players) May 18, 2021
ଅଷ୍ଟ୍ରେଲିଆ କ୍ରିକେଟର ଆସୋସିଏସନ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଡେହଟି କହୁଛନ୍ତି କି ‘ମୁଁ ଯେବେ କ୍ରିକେଟ ଛାଡିଲି ତା ପରେ ଭାବି ନଥିଲି କି ଆଗକୁ କଣ କରିବି, ମୋ ମୁଣ୍ଡରେ ଚିନ୍ତା ଥିଲା କି ଆଗକୁ କଣ ହେବ ଓ ମୁଁ କଣ କରିବି , କ୍ରିକେଟ ଛାଡିବା ପରେ ୧୨ ମାସ ପର୍ଯ୍ୟନ୍ତ ଯେତେବେଳେ ଯାହା କାମ ମିଳିଲା କରୁଥିଲି । ଏବେ କାଠମିସ୍ତ୍ରୀ କାମ ଶିଖିଲି ଓ କରୁଛି ’ ।