ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଭେଣ୍ଟିଲେଟରରେ ଭର୍ତ୍ତି । 

65

କନକ ବ୍ୟୁରୋ : କିଛି ଦିନ ପୂର୍ବେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହୋଇଥିବା ସୂଚନା ମିଳିଛି । ତାଙ୍କର କେତେକ ଅଙ୍ଗ କାମ କରୁନଥିବା ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା କହିଛନ୍ତି ।

କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଯିବାରୁ ଗତ ୨ ତାରିଖରୁ ତାଙ୍କୁ ଗୁଆହାଟୀ ମେଡିକାଲ କଲେଜରେ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି । ଆଗାମୀ ୪୮ ଘଣ୍ଟା ଗୋଗେଇଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ୨୦୦୧ରୁ ୨୦୧୬ ମଧ୍ୟରେ ତରୁଣ ଗୋଗେଇ ଆସାମର ତିନିଥର ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି ।