କନକ ବ୍ୟୁରୋ: ଏଥର ପଞ୍ଚାୟତ ନିର୍ବାଚନରେ ଉତ୍ତୀର୍ଣ୍ଣ ହେଉଛନ୍ତି ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ । କେବଳ ଏତିକି ନୁହେଁ ରାଜନୀତିରେ ମନ ବଳାଉଛନ୍ତି ଡାକ୍ତରଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଓ ସେନାଧିକାରୀ । ସମ୍ବଲପୁରରେ ଦେଖିବାକୁ ମିଳିଛି ଏପରି ଘଟଣା । ସମ୍ବଲପୁରରେ ବିଜେଡି ରେଂଗାଲି ଜିଲ୍ଲା ପରିଷଦ ଜୋନ୍-୨ରୁ ଜଣେ ପୂର୍ବତନ ସୈନିକ ଦେବ ନାରାୟଣ ତିୱାରୀଙ୍କୁ ଏଥର ପ୍ରାର୍ଥୀ କରିଛି।
ଲଇଡ଼ା ଗାଁ ନିବାସୀ ଦେବ ନାରାୟଣ ଜଣେ କମାଣ୍ଡୋ ଓ ପାରାଟ୍ରୁପ୍ର ଭାବେ ବି ଦକ୍ଷତା ହାସଲ କରିଛନ୍ତି। ସେନାବାହିନୀରେ କାମ କରୁଥିବା ବେଳେ ସେ ଶତ୍ରୁମାନଙ୍କ ବିରୋଧରେ ହୋଇଥିବା ଅନେକ ଅଭିଯାନରେ ସାମିଲ ହୋଇ ଦେଶ ପାଇଁ ସଫଳତା ଆଣିଛନ୍ତି। ସେନାବାହିନୀ ଯୋଗଦେଇ ଦେଶସେବା କରୁଥିବାବେଳେ ଅବସର ପରେ ଏବେ ରାଜନୀତିକୁ ଆସି ଜନସେବାରେ ବ୍ରତୀ ହେବାକୁ ଲକ୍ଷ୍ୟ ରଖିଥିବାରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ଜିଲ୍ଲା ବିଜେଡ଼ି ସଭାପତି ଇଂ. ସିଦ୍ଧାର୍ଥ ଦାସ ସୂଚନା ଦେଇଛନ୍ତି।
Follow Us