କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଏକ ସାମ୍ବାଦିକ ସମ୍ମିଳନୀରେ ଭାବୁକ ହୋଇପଡି କାନ୍ଦିବାରେ ଲାଗିଥିଲେ । କୁହାଯାଉଛି କି ଅନ୍ୟ ଦଳର ନେତାମାନେ ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁଥିବାରୁ ସେ ମର୍ମାହତ ହୋଇପଡିଛନ୍ତି । ସେ କହିଛନ୍ତି କି ବିଧାନସଭାକୁ କୌରବ ସଭା ଓ ୱାଇଏସଆରସିପିର ମନ୍ତ୍ରୀମାନଙ୍କ ଦ୍ୱାରା ତାଙ୍କର ଚରିତ୍ରକୁ ନେଇ ଆକ୍ଷେପ କରାଯାଉଥିବାରୁ ସେ ୨୦୨୪ ପର୍ଯ୍ୟନ୍ତ ବିଧାନସଭା ବହିସ୍କାର କରୁଛନ୍ତି ।
ଚନ୍ଦ୍ରବାବୁ ନାଇଡୁ ପ୍ରତିଜ୍ଞା କରି କହିଛନ୍ତି କି “ଯେ ପର୍ଯ୍ୟନ୍ତ ମୁଁ କ୍ଷମତା ହାସଲ କରିନାହିଁ, ସେପର୍ଯ୍ୟନ୍ତ ବିଧାନସଭାରେ ପାଦ ରଖିବି ନାହିଁ ” ସଦନରେ ବିଧାନସଭା ଅଧ୍ୟକ୍ଷ ତମ୍ମିନେନୀ ସୀତାରାମ ଯେତେବେଳେ ତାଙ୍କ ମାଇକ ସହ ସଂପର୍କ କାଟିଦେଇଥିଲେ ତଥାପି ନାଇଡୁ କହିବା ଚାଲୁ ରଖିଥିଲେ । କହିରଖୁ କି ୨୦୧୯ ବିଧାନସଭା ନିର୍ବାଚନରେ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱରେ ୱାଇଏସଆର କଂଗ୍ରେସ ପାର୍ଟି ଟିଡିପିକୁ ପରାସ୍ତ କରିବାରେ ସଫଳ ହୋଇଥିଲା ।
ଆଜିର ସାମ୍ବାଦିକ ସମ୍ମିଳନୀରେ ନାଇଡୁ ଅଭିଯୋଗ ଆଣି କହିଥିଲେ ରାଜ୍ୟ କ୍ଷମତାରେ ଥିବା ମନ୍ତ୍ରୀମାନଙ୍କ ଦ୍ୱାରା ତାଙ୍କ ଉପରେ ଅପଶବ୍ଦ ବ୍ୟବହାର କରାଯାଇ ଯେଭଳି ଟିପ୍ପଣୀ କରୁଛନ୍ତି ସେଥିରେ ସେ ମର୍ମାହତ ହୋଇପଡିଛନ୍ତି । ସେ କହିଥିଲେ କି ପୂର୍ବ ଅଢେଇ ବର୍ଷ ହେବ ବାରମ୍ବାର ତାଙ୍କୁ ଅପମାନିତ କରାଯାଉଛି କିନ୍ତୁ ସେ ଶାନ୍ତ ରହିଛନ୍ତି । ହେଲେ ଆଜି ମୋ ପତ୍ନୀଙ୍କୁ ସରକାରୀ ଦଳର ନେତାମାନେ ଯେଭଳି ଟାର୍ଗେଟ୍ କରିଛନ୍ତି ତାହା ସହ୍ୟ କରିବାର ସୀମା ପାର କରିଛି ।
#WATCH | Former Andhra Pradesh CM & TDP chief Chandrababu Naidu breaks down at PC in Amaravati
He likened the Assembly to 'Kaurava Sabha' & decided to boycott it till 2024 in protest against 'ugly character assassinations' by YSRCP ministers & MLAs, says TDP in a statement pic.twitter.com/CKmuuG1lwy
— ANI (@ANI) November 19, 2021
କହିରଖୁ କି ବିଧାନସଭାରେ କୃଷିକ୍ଷେତ୍ରକୁ ନେଇ ଶାସକ ଓ ବିରୋଧୀଦଳର ନେତାମାନଙ୍କ ଭିତରେ ବାକ ବିତଣ୍ଡା ଚାଲୁଥିଲା । ଏହି ସମୟରେ ଚନ୍ଦ୍ରବାବୁ ନାଇଡୁ କିଛି କହୁଥିବା ବେଳେ ବିଧାନସଭା ଅଧ୍ୟକ୍ଷ ନମ୍ମିନେନୀ ସୀତାରାମ ନାଇଡୁଙ୍କ ମାଇକ ସଂପର୍କ କାଟି ଦେଇଥିଲେ । ଏହାପରେ ହଠାତ ନାଇଡୁ ଓ ତାଙ୍କ ଦଳର ବିଧାୟକମାନେ ଗୃହତ୍ୟାଗ କରି ଏକ ବୈଠକ କରିଥିଲେ । ଏହି ବୈଠକରେ ଚନ୍ଦ୍ରବାବୁ ନାଇଡୁ ନିରାଶ ହୋଇ କାନ୍ଦି ପକାଇଥିଲେ ।