ଚିଟଫଣ୍ଡ ଠକେଇ ମାମାଲା : ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଗିରଫ

118

କନକ ବ୍ୟୁରୋ : ଚିଟଫଣ୍ଡ ଠକେଇର ଚେର ଓଡ଼ିଶାରୁ ଲମ୍ବିଛି ଆନ୍ଧ୍ର । ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ । ୧୨୦୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ଭାଇଜାଗରୁ ତାଙ୍କୁ ଉଠାଇ ଆଣିଛି ଓଡ଼ିଶା ପୋଲିସ । ଏହା ସହ ଓଡ଼ିଶାରେ ମଧ୍ୟ ୫୦୦ କୋଟି ଟଙ୍କା ଠକେଇ କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଛି ।

ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଅଂଚଳର ଶହ ଶହ ହିତାଧିକାରୀଙ୍କଠୁ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏମ ଭି ପ୍ରସାଦଙ୍କ ୱେଲଫେୟାର ଗ୍ରୁଫ ଅଫ୍ କମ୍ପାନୀ ନାଁରେ ଏହି ଠକେଇ ହୋଇଥିଲା । ୨୦୦୧ରେ ଏହି କମ୍ପାନୀ ବିଭିନ୍ନ ଅଂଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା ତେବେ ପରେ ଏହି କମ୍ପାନୀ ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ରହିଛି । ଚଢ଼ାଉ ବେଳେ ତାଙ୍କ ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ପୋଲିସ ।

କ୍ରାଇମ୍ଇବ୍ରାଞ୍ଚର ୫ଜଣିଆ ଟିମ୍ ଆନ୍ଧ୍ରପ୍ରଦେଶକୁ ସୋମବାର ଦିନ ଯାଇଥିଲା । ସ୍ଥାନୀୟ ପୁଲିସର ସହାୟତାରେ ପୂର୍ବତନ ବିଧାୟକ ଏମଭି ପ୍ରସାଦଙ୍କୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହଜାର କରି ପୁଲିସ ଓଡ଼ିଶା ଆଣୁଥିବାର ସୂଚନା ମିଳିଛି । ତାଙ୍କ ନାଁରେ ପୁଲିସ ଆଇପିସିର ଧାରା ୪୦୨, ୪୦୬, ୪୬୭, ୪୬୮, ୪୭୧ ଓ ୧୨୦(ବି) ଅନୁଯାୟୀ ମାମଲା ରୁଜୁ କରିଛି ।