ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରଦୂତ ଅଜୟ ବିସାରିଆଙ୍କ ପୁସ୍ତକ । ପୁସ୍ତକରେ ଦାବି, ବାଲକୋଟ ଏୟାରଷ୍ଟ୍ରାଇକ ପରେ ଭାରତର ୯ ମିସାଇଲ ଟାର୍ଗେଟରେ ଥିଲା ପାକିସ୍ତାନ

Advertisment
ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରଦୂତ ଅଜୟ ବିସାରିଆଙ୍କ ପୁସ୍ତକ । ପୁସ୍ତକରେ ଦାବି, ବାଲକୋଟ ଏୟାରଷ୍ଟ୍ରାଇକ ପରେ ଭାରତର ୯ ମିସାଇଲ ଟାର୍ଗେଟରେ ଥିଲା ପାକିସ୍ତାନ

କନକ ବ୍ୟୁରୋ: ବର୍ତ୍ତମାନ ଖୁବ ଚର୍ଚ୍ଚାରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିସାରିଆଙ୍କ ଲିଖିତ ବହି ଆଙ୍ଗର ମ୍ୟାନେଜମେଂଟ-ଦ ଟ୍ରବୁଲଡ ଡିପ୍ଲୋମେଟିକ ରିଲେସନ ବିଟୁଇନ ଇଣ୍ଡିଆ ଆଣ୍ଡ ପାକିସ୍ତାନ । ବହିରେ ସ୍ଥାନ ପାଇଛି ବାଲାକୋଟ ଏୟାରଷ୍ଟ୍ରାଇକ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ କ’ଣ ସବୁ ଘଟିଥିଲା ।

ବିସାରିଆ ନିଜ ବହିରେ କହିଛନ୍ତି ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ତଥା ବର୍ତମାନର ଗ୍ରୁପ କ୍ୟାପଟେନ ଅଭିନନ୍ଦନ ବର୍ଥମାନ ଯେଉଁ ସମୟରେ ପାକିସ୍ତାନ କବଜାରେ ଥିଲେ ସେହି ସମୟରେ ଭାରତୀୟ କଡ଼ା ଆଭିମୁଖ୍ୟ ଆପଣାଇବାକୁ ଯୋଜନା କରିଥିଲା । ଗୋଟେପଟେ କୁଟନୀତି ସ୍ତରରେ ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ପାକିସ୍ତାନ ବିରୋଧରେ ବଡ ରଣନୀତି ପାଇଁ ଯୋଜନା କରିଥିଲା ଭାରତ ।

ବିସାରିଆଙ୍କ ବହିରେ ଦାବି କରାଯାଇଛି, ଭାରତ ପକ୍ଷରୁ ମିସାଇଲ ଆକ୍ରମଣ ଆଶଙ୍କା କରି ଥରହର ହୋଇପଡିଥିଲା ପାକିସ୍ତାନ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାକୁ ଚାହୁଁଥିଲେ ପାକିସ୍ତାନର ତତକାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେ ସମୟରେ ଅଜୟ ବିସାରିଆ ପାକିସ୍ତାନ ହାଇକମିଶନର ଭାବେ ନିଯୁକ୍ତ ଥିଲେ । ପାକିସ୍ତାନ ହାଇକମିଶନର ସୋହେଲ ମେହେମୁଦ ବିସାରିଆଙ୍କୁ ଫୋନ କରି ଇମ୍ରାନଙ୍କ କଥା ଜଣାଇଥିଲେ । ତେବେ ନୂଆ ଦିଲ୍ଲୀ ସହ ଯୋଗାଯୋଗ ପରେ ବିସାରିଆ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ କଥା ହେବାକୁ ଉପଲବ୍ଧ ନାହାଁନ୍ତି ।

ବିସାରିଆଙ୍କ କହିବା ଅନୁସାରେ ଏକ ରାଲିରେ ଫେବୃଆରୀ ୨୭ ତାରିଖ ରାତିକୁ ମୋଦୀ ରକ୍ତପାତର ରାତି ବୋଲି ବର୍ଣ୍ଣନା କରିଥିଲେ । ଭାରତର ମିସାଇଲ ଆକ୍ରମଣ ପ୍ରସ୍ତୁତି ସମ୍ପର୍କରେ ଜାଣିବା ପରେ ଛାନିଆ ହୋଇପଡିଥିଲେ ପାକିସ୍ତାନ ସେନା ଓ ସରକାର । ଏପରିକି ବ୍ରିଟେନ ଓ ଆମେରିକା ରାଷ୍ଟ୍ରଦୂତ ମଧ୍ୟ ପାକିସ୍ତାନକୁ ସତର୍କ କରାଇଥିଲେ । ତେବେ ଥରହର ପାକିସ୍ତାନ ସରକାର ଡେରି ନକରି ଫେବ୍ରୁଆରୀ ୨୮ ତାରିଖରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ମୁକ୍ତ କରିବାକୁ ଘୋଷଣା କରିଥିଲେ । ତେବେ ଯଦି ଅଭିନନ୍ଦନଙ୍କ ପ୍ରସଙ୍ଗରେ ଭାରତ ସହ ପାକିସ୍ତାନ ଖେଳିଥାନ୍ତା ତେବେ ଏହାର ଜବାବରେ ଭାରତ ବଡ ଧରଣର ଜବାବ ଦେଇଥାନ୍ତା ବୋଲି ବହିରେ ଦାବି କରାଯାଇଛି

ନିଜ ବହିରେ ବିସାରିଆ ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି ପାଶ୍ଚାତ୍ୟ ଦେଶର ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତବେଳେ ପାକିସ୍ତାନର ବିଦେଶ ସଚିବ ତହମିନା ଜାଂଜୁଆ ନିଜ ଦେଶ ସେନା ପଠାଇଥିବା ଏକ ମେସେଜ ପଡିଥିଲେ । ଯେଉଁଥିରେ ଉଲ୍ଲେଖ ଥିଲା ଭାରତ ପାକିସ୍ତାନକୁ ଟାର୍ଗେଟରେ ରଖି ୯ଟି ମିସାଇଲ ମୃତୟନ କରିଥିଲା ଭାରତ । ବାଲାକୋଟ ଏୟାରଷ୍ଟ୍ରାଇକ ପରେ ଅଭିନନ୍ଦନ ବର୍ଥମାନ କଶ୍ମୀରରେ ପାକିସ୍ତାନୀ ବିମାନର ଅନୁପ୍ରବେଶ ଉପରେ ନଜର ରଖିଥିଲେ । ଏହି ସମୟରେ ସେ ପାକିସ୍ତାନ ଆକାଶମାର୍ଗକୁ ଯାଇଥିବା ବେଳେ ତାଙ୍କ ବିମାନକୁ ପାକିସ୍ତାନୀ ଏଫ୍-୧୬କୁ ଆକ୍ରମଣ କରି ଖସାଇ ଦେଇଥିଲା । ଅଭିନନ୍ଦନ ବିମାନରୁ ନିଜକୁ ବାହାର କରିବାରେ ଯଦିଓ ସଫଳ ହୋଇଥିଲେ । ହେଲେ ସେ ପାକିସ୍ତାନୀ ସେନା ହାତରେ ପଡ଼ିଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe