ଭାଇ ଦେଲା ଭାଇକୁ ଧୋକା । ଅସ୍ରଫ ଘନି ଦେଶଛାଡ଼ି ଚାଲିଯିବା ପରେ ତାଲିବାନୀଙ୍କ ସହ ହାତ ମିଳାଇଲେ ଭାଇ ହସମତ ଘନି ।

472

କନକ ବ୍ୟୁରୋ : ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ବଡ ଝଟକା । ଅସରଫ ଘନିଙ୍କ ପାଇଁ ଭାଇ ହସମତ ଘନି ତାଲିବାନ ସହ ହାତ ମିଶାଇଛନ୍ତି । ତାଲିବାନ ନେତା ଖଲିଲ ଉର ରେହମାନ ଓ ମୁଫତୀ ମହମୁଦ ଜାକିରଙ୍କ ଉପସ୍ଥିତିରେ ସେ ତାଲିବାନୀଙ୍କ ସହ ହାତ ମିଳାଇଛନ୍ତି । ଏହା ସହ ତାଲିବାନ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଅସରଫ ଘନି ଦେଶ ଛାଡି ପଳାଇବା ପରେ ତାଙ୍କ ଭାଇ ତାଲିବାନୀଙ୍କ ସହ ହାତ ମିଶାଇଛନ୍ତି । ଏହା ପରେ ଅସରଫ ଘନିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଥମେ ଅସରଫ ଘନି ୧୨ ଅରବ ୫୭ କୋଟି ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ହେଲେ ଅସରଫ ଘନି ନିଜେ ଏପରି ଏଭିଯୋଗକୁ ଖଣ୍ଡନ କରିଥିଲେ । ନିଜ ଜୋତା ମଧ୍ୟ ଆଣିବା ପାଇଁ ସମୟ ନଥିବା କହିଥିଲେ ଅସରଫ ଘନି । ସେପଟେ ଆତଙ୍କବାଦୀ ସଂଗଠନ ହକ୍କାନୀ ନେଟୱର୍କକୁ କାବୁଲର ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଅଲ କାଏଦା ପରି ଆତଙ୍କବାଦୀ ସଂଗଠନ ସହ ହକ୍କାନୀର ସଂପର୍କ ରହିଛି ।