ଦୁଇଜଣ ମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା : ଆଫଗାନର ପୂର୍ବତନ ଆଇଟି ମନ୍ତ୍ରୀ ଏବେ ବିକୁଛନ୍ତି ପିଜା; ସେପଟେ ଜେଲରେ ବନ୍ଦୀ ଥିବା ଆତଙ୍କବାଦୀ ଏବେ ତାଲିବାନର ପ୍ରତିରକ୍ଷା ମନ୍ତ୍ରୀ

233

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ୍ କବଜା କରିବା ପରେ ଏବେ ଚର୍ଚ୍ଚାରେ ଦୁଇ ମନ୍ତ୍ରୀଙ୍କ କାହାଣୀ । ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ସୟଦ ଅହମ୍ମଦ ଶାହ ସାଦତ ଜର୍ମାନୀ ପଳାଇଛନ୍ତି । ତାଲିବାନର ବର୍ବରତାରୁ ରକ୍ଷା ପାଇବା ପାଇଁ ବର୍ଷକ ପୂର୍ବେ ସେ ଜର୍ମାନୀ ପଳାଇଥିଲେ । ଏବେ ସେ ସେଠାରେ ପିଜା ବିକ୍ରି କରି ଗୁଜରାଣ ମେଣ୍ଟାଉଛନ୍ତି । ଲେପଗିଜ୍ ସହରରେ ସପରିବାର ସହ ସେ ଶରଣାର୍ଥୀ ଭାବେ ରହୁଛନ୍ତି । ବଞ୍ଚିବା ପାଇଁ ଚାକିରି ଖୋଜି ନପାଇବାରୁ ଶେଷରେ ସେ ଫୁଡ୍ ଡେଲିଭର ଭୟ ଚାକିରିଟିଏ ଯୋଗାଡ କରିଥିଲେ । ଏବେ ସେ ସାଇକେଲରେ ସହର ସାରା ବୁଲି ପିଜା ବିକ୍ରି କରୁଛନ୍ତି ।

ସେହିପରି ତାଲିବାନ ଅବଦୁଲ କୟୁମ୍ ଜାକିରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରିଛି । ଅବଦୁଲ ଆମେରିକାର ସବୁଠାରୁ ବିପଜ୍ଜନକ ଗୁଆଂଟାନାମୋ ଜେଲରେ ବନ୍ଦୀ ଥିଲେ । ଏବେ ହାର୍ଡକୋର ଆତଙ୍କବାଦୀ ୨୦୧୪ରେ ଖଲାସ ହୋଇଥିବା ଜଣାପଡ଼ିଛି । ଅବଦୁଲ କୟୁମ ହାତରେ ଏବେ ପ୍ରତିରକ୍ଷା ବିଭାଗ । ତେଣୁ ସମସ୍ତ ପଡୋଶୀ ରାଷ୍ଟ୍ର ଓ ଭାରତ ପାଇଁ ବିପଦ ବଢାଇବ ବୋଲି ଆଶଂକା କରାଯାଇଛି ।