ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଣିକି ଦ୍ୱିତୀୟ ବର୍ଷ ଢାଞ୍ଚାରେ ହେବ +୨ ପ୍ରଥମ ବର୍ଷ ପରୀକ୍ଷା । ୩୩%ରୁ କମ୍ ମାର୍କ ରଖିଲେ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବ ପୁଣି ଥରେ ପରୀକ୍ଷା

731

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ହେବ ପରୀକ୍ଷା । ଏଥିରେ କୃତକାର୍ଯ୍ୟ ହେଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ଛାତ୍ରଛାତ୍ରୀ । ନଚେତ୍ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଦେବାକୁ ପଡିବ ପରୀକ୍ଷା । ଏନେଇ ଚରମ ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ । ତେବେ ପ୍ରଥମ ବର୍ଷରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ମେ ମାସ ଶେଷ ସପ୍ତାହରେ ପୁଣି ଥରେ ସୁଯୋଗ ଦିଆଯିବ ଆଉ ଏଥିରେ ଯଦି ପରୀକ୍ଷାର୍ଥୀମାନେ ଫେଲ ହେବେ ତେବେ ତାଙ୍କୁ ପୁଣି ଥରେ ପ୍ରଥମ ବର୍ଷରେ ରହିବାକୁ ପଡିବ । ଚଳିତ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଅନୁଷ୍ଠିତ ହେବ ପରୀକ୍ଷା । ଦ୍ୱିତୀୟ ବର୍ଷକୁ ଯିବା ଲାଗି ଛାତ୍ରଛାତ୍ରୀଙ୍କ ଏବେ ରଖିବାକୁ ପଡିବ ୩୩ ପ୍ରତିଶତ ମାର୍କ । ତେବେ ଏଥିରେ ଛାତ୍ରଛାତ୍ରୀଙ୍କୁ ଫେବ୍ରୁଆରୀ ୧୫ରୁ ୨୯ ତାରିଖ ଯାଏଁ ପ୍ରଥମ ସୁଯୋଗ ଦିଆଯିବ । ଏଥିରେ ୩୩ ପ୍ରତିଶତରୁ କମ୍ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କର ରିମେଡିଆଲ କ୍ଲାସ କରାଯିବ ଏବଂ ଦ୍ୱିତୀୟ ସୁଯୋଗ ଭାବେ ମେ ମାସରେ କରାଯିବ ପରୀକ୍ଷା । ତେବେ ଦ୍ୱିତୀୟ ବର୍ଷ ଢାଂଚାରେ ପ୍ରଥମ ବର୍ଷ ପରୀକ୍ଷା କରାଯିବ । ୩୩ ପ୍ରତିଶତ କର୍ମ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କ ଏକ୍ସଟ୍ରା କ୍ଲାସ ହେବ । କଲେଜ ଗୁଡିକ ପ୍ରଥମ ବର୍ଷ ପରୀକ୍ଷା ଫଳାଫଳ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଜଣାଇବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ।