କନକ ବ୍ୟୁରୋ : ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ୨୩ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ସାପ୍ତାହିକ ଆଧାରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭.୯୪୧ ଆରବ ଡଲାର କମ ହୋଇଛି । ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଦାମ କମିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବହୁମାତ୍ରାର ଡଲାର ବିକ୍ରି କରିଦେଇଛନ୍ତି । ଏହି କାରଣରୁ ଦେଶରେ ବିଦେଶୀ ମୁଦ୍ରାଭଣ୍ଡାର ଦୟନୀୟ ସ୍ଥିତିକୁ ଆସିଯାଇଥିବା କଥା କୁହାଯାଉଛି ।

Advertisment

ସେପ୍ଟେମ୍ବର ୨ ତାରିଖରେ ସମାପ୍ତ ହୋଇଥିବା ସପ୍ତାହ ମୁତାବକ ଭାରତର ବିଦେଶୀ ମୁଦ୍ରାଭଣ୍ଡାର ୨୩ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଆସିଛି । ଏଥିରେ ସବୁଠାରୁ ଅଧିକ ଘାଟା ଫରେନ କରେନ୍ସିରେ ଦେଖିବାକୁ ମିଳିଛି । ରିଜର୍ଭବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ସଦ୍ୟ ରିପୋର୍ଟ ମୁତାବକ ସେପ୍ଟେମ୍ବର ୨ ତାରିଖରେ ଶେଷ ହୋଇଥିବା ସାପ୍ତାହିକ ରିପୋର୍ଟ ମୁତାବକ ଏବେ ଭାରତରେ ବିଦେଶୀ ମୁଦ୍ରା ଭଣ୍ଡାରରେ ମାତ୍ର ୫୫୩.୧୦୫ ଆରବ ଡଲାର ରହିଛି ।

ସେପଟେ ସେପ୍ଟେମ୍ବର ୨ ତାରିଖରେ ଆସିଥିବା ରିପୋର୍ଟ ମୁତାବକ ଏବେ ଦେଶରେ ଗୋଲ୍ଡ ରିଜର୍ଭରେ ୧.୩୩୯ ଆରବ ଡଲାର କମିଛି । ଏହାପରେ ଦେଶରେ ଗୋଲ୍ଡ ରିଜର୍ଭରେ ୩୮.୩୦୩ ଆରବ ଡଲାର ରହିଛି । ଆଇଏମଏଫର ରିପୋର୍ଟ ମୁତାବକ ଏବେ ଦେଶରେ ରିଜର୍ଭ ପୋଜିନ ୨.୪ କୋଟି ଡଲାରରୁ ଖସିଆସି ୪.୯୦୨ ଡଲାରରେ ପହଂଚିଛି ।

ସୂଚନା ଥାଉକି ସେପ୍ଟେମ୍ବର ୬ ତାରିଖରେ ଜେଫରିଜ ନାମକ ଏକ ଏଜେନ୍ସି ନିଜ ତରଫରୁ ଜାରି କରିଥିବା ଏକ ରିପୋର୍ଟରେ କହିଥିଲା କି ଏବେ ଭାରତ ନିଜର ବିଦେଶୀ ମୁଦ୍ରାଭଣ୍ଡାର ଉପରେ ନଜର ରଖିବା ନିହାତି ଜରୁରୀ ।