କଣ୍ଟାବାଞ୍ଝିରେ କାଠ ମାଫିଆ ଘରେ ବନ ବିଭାଗର ରେଡ୍ । ଘର ଭିତରୁ ଲକ୍ଷାଧିକ ଟଙ୍କାର ବେଆଇନ ଆସବାବପତ୍ର ଜବତ ।

Advertisment
କଣ୍ଟାବାଞ୍ଝିରେ କାଠ ମାଫିଆ ଘରେ ବନ ବିଭାଗର ରେଡ୍ । ଘର ଭିତରୁ ଲକ୍ଷାଧିକ ଟଙ୍କାର ବେଆଇନ ଆସବାବପତ୍ର ଜବତ ।

କନକ ବ୍ୟୁରୋ: କଣ୍ଟାବାଞ୍ଝିରେ କାଠ ମାଫିଆ ଘରେ ବନ ବିଭାଗର ରେଡ୍ । ଧୂବାପଡ଼ାର ମୋହନ ଟାଙ୍ଗଙ୍କ ଘର ଓ ଭଡା ଘରେ ପହଞ୍ଚିଥିଲା ବଲାଙ୍ଗୀର ବନ ବିଭାଗର ସ୍ୱତନ୍ତ୍ର ଟିମ୍ । ବନ ବିଭାଗ ପହଞ୍ଚିବା ପୂର୍ବରୁ ଘରେ ତାଲା ପକାଇ ଦେଇଥିଲେ ମୋହନ ଟାଙ୍ଗ । ଶେଷରେ ବନ ବିଭାଗ କର୍ମଚାରୀ କାନ୍ଥ ଚଢି ଭିତରକୁ ଯାଇଥିଲେ । ଘର ଭିତରୁ ଲକ୍ଷାଧିକ ଟଙ୍କାର ଅନେକ ବେଆଇନ ଆସବାବପତ୍ର ଜବତ କରାଯାଇଛି । କଂଟାବାଞ୍ଜି ତହସିଲଦାର ଉପସ୍ଥିତିରେ ଚଢାଉ କରାଯାଉଛି । ବନ୍ୟଜନ୍ତୁ ଚାଲାଣରେ ମଧ୍ୟ ସେ ସଂପୃକ୍ତ ଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe