କନକ ବ୍ୟୁରୋ : ଆଇନକୁ ଅବମାନନା କରି ନିଷିଦ୍ଧାଞ୍ଚଳରେ ଭୋଜିଭାତ କଲେ ସରକାରୀ ବାବୁ । ବାଙ୍କୀ ଅଂଶୁପାର ସରଣ୍ଡା ପାହାଡ଼ରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ପାହାଡ଼ ଉପରେ ଥିବା ପାର୍କରେ ସାଧାରଣ ଜନତାଙ୍କୁ ଭୋଜିଭାତ ନକରିବା ପାଇଁ ଆଠଗଡ଼ ବନବିଭାଗ କଡାକଡି ନିର୍ଦେଶ ଜାରି କରିଛି । କିନ୍ତୁ ଖୋଦ ବନ ବିଭାଗର କର୍ମଚାରୀ ସେହି ସ୍ଥାନରେ ଭୋଜିଭାତ କରି ମଉଜ ମସ୍ତି କରିଛନ୍ତି ।
ଢେଙ୍କାନାଳରୁ ଆସିଥିବା ୫୦ରୁ ଅଧିକ ଯୁବକ ଯୁବତୀଙ୍କ ସହ ଆଠଗଡ଼ର କିଛି ବନ କର୍ମଚାରୀ ଭୋଜି କରିଛନ୍ତି । ସମସ୍ତଙ୍କ ପାଇଁ ବାରଣ କରାଯାଇଥିବା ଅଞ୍ଚଳରେ ଭୋଜି କରିବାକୁ କିଏ ଅନୁମତି ଦେଲା, ନିଜେ ନିୟମ କରି ବନବିଭାଗ କେମିତି ନିୟମ ଭାଙ୍ଗିଲା ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ଅଂଶୁପା ସରଣ୍ଡାର ନିଷିଦ୍ଧାଂଚଳରେ ବଣଭୋଜି କଲେ ସରକାରୀ ବାବୁ । ବନବିଭାଗର କଟକଣାକୁ ମାନିଲେନି ବନକର୍ମଚାରୀ
/kanak/media/post_attachments/wp-content/uploads/2024/01/5-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)