କନକ ବ୍ୟୁରୋ : ପୁଣି ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ । ମୟୁରଭଞ୍ଜ ଜିଲ୍ଲା ଉପର ବାର୍ହାକାମୁଡା ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦା ଶିକାରି ଗୁଳିରେ ପ୍ରାଣ ହରାଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଶିକାରି ଏବଂ ବନକର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ହଇଥିଲା । ଆଉ ଏହି ସମୟରେ ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦାଙ୍କ ଶରୀରରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Advertisment

କରଞ୍ଜିଆ ଡାକ୍ତରଖାନାରେ ଉତର ଶିମିଳିପାଳର ଉପ ନିର୍ଦ୍ଦେଶକ ସାଈ କିରଣ ଡି ଏନ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ,କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଏଇ ଘଟଣାକୁ ପୋଲିସ ଗୁରୁତର ସହିତ ନେଇ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ଚଢ଼ାଉ ଆରମ୍ଭ କରିଛି । ନିକଟରେ ଶିମିଳିପାଳ ଅଭ୍ୟାୟରଣୟରେ ସମାନ ଘଟଣା ଘଟିଥିଲା । ଯେଉଁଠି ଶିକାରି ଗୁଳିରେ ଜଣେ ଫରେଷ୍ଟର ପ୍ରାଣ ହରାଇଥିଲେ । ଆଉ ଏବେ ସମାନ ଘଟଣାର ପୁନରାବୃତି ହୋଇଛି ।