ଧରାପଡିଲା ବନଅଧିକାରୀଙ୍କ ମାଛ କେଳେଙ୍କାରୀ: ଜବତ ହେଲା ୧୬ କ୍ୱିଂଟାଲ, ଦର୍ଶାଇଲେ ୨ କ୍ୱିଂଟାଲ; ରେଂଜ ଅଫିସରେ କନକ ନ୍ୟୁଜର ଖୋଳତାଡ

Advertisment
ଧରାପଡିଲା ବନଅଧିକାରୀଙ୍କ ମାଛ କେଳେଙ୍କାରୀ: ଜବତ ହେଲା ୧୬ କ୍ୱିଂଟାଲ, ଦର୍ଶାଇଲେ ୨  କ୍ୱିଂଟାଲ; ରେଂଜ ଅଫିସରେ କନକ ନ୍ୟୁଜର ଖୋଳତାଡ

କନକ ବ୍ୟୁରୋ: ଧରାପଡିଲା ବନ ଅଧିକାରୀଙ୍କ ମାଛ କେଳେଙ୍କାରୀ । ଟ୍ରଲର ସହିତ ପାଖାପାଖି ସାଢେ ୧୬ କ୍ୱିଂଟାଲ ମାଛ ଧରିଲେ । କିନ୍ତୁ ଜବତ ତାଲିକାରେ ୨ କ୍ୱିଂଟାଲ ଦର୍ଶାଇଲେ । ଏଭଳି ସ୍ଥିତିରେ ବାକି ୧୪ କ୍ୱିଂଟାଲ ଜବତ ମାଛ କୁଆଡେ ଗଲା ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖବର ଅନୁସାରେ, ୨୯ ତାରିଖରେ ବନବିଭାଗ ପାଟ୍ରୋଲିଂ ଟିମ ଗହୀରମଥା ମାଦଳିମାଉଥ ନିକଟ ନିଷିଦ୍ଧାଂଚଳରେ ପଶି ମାଛ ମାରୁଥିବାବେଳେ ଏକ ଟ୍ରଲରକୁ ଜବତ କରିଥିଲା । ଜବତ ଟ୍ରଲରରେ ଯେତିକି ପରିମାଣର ମାଛ ଥିଲା, ଜବତ ତାଲିକାରେ ସେତିକି ଦର୍ଶାଯାଇନଥିଲା ।

କୋର୍ଟକୁ ଦିଆଯାଇଥିବା ଜବତ ତାଲିକାରେ ଅନ୍ୟାନ୍ୟ ସାମଗ୍ର ସହ ଦୁଇ କ୍ୱିଂଟାଲ ସାମୁଦ୍ରିକ ମାଛ ଜବତ ହୋଇଥିବା ଦର୍ଶାଯାଇଥିଲା । ପ୍ରକୃତରେ ସେହି ବୋଟରେ ଅଧିକ ମାଛ ଖବର ପାଇ ଗହୀରମଥା ରେଞ୍ଜ ଅଫିସରେ ପଂହଚିବା ପରେ ସବୁ କଥା ଧରପଡିଥିଲା । ଟ୍ରଲର ଓ ମାଛ ଜବତ କରିଥିବା ଫରେଷ୍ଟର ହିଁ ସବୁ ଗୁମର ଖୋଲିଦେଇଥିଲେ । ସେ କହିଥିଲେ, ଜବତ ଟ୍ରଲରରେ ୮୨ ଟ୍ରେ ମାଛ ଅଛି । ପ୍ରତ୍ୟେକ ଟ୍ରରେ ପ୍ରାୟ ୨୦ କେଜିରୁ ଅଧିକ ମାଛ ରହିଛି । ଏବେ ପ୍ରଶ୍ନ ଉଠୁଛି ଜବତ ମାଛ କୁଆଡେ ଗଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe