କନକ ବ୍ୟୁରୋ : ରାଜ୍ୟରେ ବୁଡ଼ିଯିବ କି ବାଘ ଓ ହାତୀ ବଂଶ । ୮ ବର୍ଷ ଭିତରେ ଗଲାଣି ୬୯୮ଟି ହାତୀଙ୍କ ଜୀବନ । ସେହିପରି ୪୮ଟି କଲରାପତରିଆ, ୭ଟି ମହାବଳ ବାଘର ହୋଇଛି ମୃତ୍ୟୁ । ରେଳ ଦୁର୍ଘଟଣା, ବିଦ୍ୟୁତ ଆଘାତ, ଶିକାର ଓ ବିଷ ପ୍ରୟୋଗ ଏହାର ପ୍ରମୁଖ କାରଣ ପାଲଟିଛି । ୨୦୧୫ରୁ ୨୦୨୩ ଭିତରେ କେତେ ସଂଖ୍ୟକ ହାତୀ ଓ ବାଘଙ୍କ ମୃତ୍ୟୁ ହେଲାଣି କେଉଁ କାରଣ ପାଇଁ ହାତୀ ଓ ବାଘଙ୍କର ମୃତ୍ୟୁ ହେଉଛି ସେନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଧାୟକ ପ୍ରଫୁଲ୍ଲ ସାମଲ ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଏହାର ଉତର ରଖିଥିଲେ । ହାତୀ ଓ ବାଘଙ୍କ ଅପମୃତ୍ୟୁ ନିରାକରଣ ପାଇଁ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ତୃଣଭୋଜି ପ୍ରାଣୀଙ୍କ ବୃଦ୍ଧି ପାଇଁ ଚାରଣ ଭୁଇଁର ବିକାଶ, କୃତିମ ଜଳାଶୟ ସୃଷ୍ଟି ଓ ଜଙ୍ଗଲ ନିଆଁର ପ୍ରତିରୋଧ ଉପରେ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପ୍ରଦୀପ ଅମାତ ।