କନକ ବ୍ୟୁରୋ : ସୁନ୍ଦର ଇକୋ ରିସୋର୍ଟ, କ୍ୟାମ୍ପ ଓ କଟେଜର ଦୃଶ୍ୟ ଆପଣଙ୍କ ପାଇଁ ହୁଏତ ବିଦେଶ ବେଳାଭୂମିର ଭ୍ରମ ସୃଷ୍ଟି କରୁଥାଇପାରେ । କିନ୍ତୁ ଏହା କୌଣସି ବିଦେଶରେ ନୁହେଁ ବାଲେଶ୍ୱର ଦୁବ୍ଲାଗଡି ଅଂଚଳରେ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଦୁଇ-୩ ବର୍ଷ ହେଲା ଏଠାରେ ଛତୁ ଫୁଟିଲା ଭଳି ଗଢି ଉଠିଛି ମାଳ ମାଳ କ୍ୟାମ୍ପ , କଟେଜ ଓ ହୋଟେଲ । ଗଳି ଗଳିରେ ଚାଲିଛି ବ୍ୟବସାୟ ।
ଦୁବ୍ଲାଗଡି ଅଂଚଳରେ ଥିବା ଏହି ହୋଟେଲ ଓ କଟେଜରେ ସୁନ୍ଦର ସାଜସଜ୍ଜା ସହ ବିଭିନ୍ନ ପ୍ରକାରର ଖାଦ୍ୟ ବ୍ୟବସ୍ଥା ରହିଛି । ତେଣୁ ପର୍ୟ୍ୟଟକ ଆସି ଏଠାରେ ଭରପୂର ମଜା ଉଠାଇଛନ୍ତି । କିନ୍ତୁ ଏଠାରେ ଯେଭଳି ଆଇନକୁ ଫୁ କରାଯାଇ ବ୍ୟବସାୟ ଚାଲିଛି, ତାହା ସ୍ଥାନୀୟ ଅଂଚଳର ଲୋକଙ୍କ ପାଇଁ ଚିନ୍ତା ବଢାଇଦେଇଛି ।
ଦୁବ୍ଲାଗଡି ଅଂଚଳରେ ବ୍ୟବସାୟ କେବଳ ଫୁଡ ଲାଇସେନ୍ସ ଓ ଉଦ୍ୟୋଗ ପଂଜିକରଣରେ ଚାଲିଛି । ଏପରିକି ନିଜସ୍ଵ ଲିଜ ଜମି ଅଳ୍ପ ଥାଇ ଜଙ୍ଗଲ ଜମି କୁ ବ୍ୟବହାର କରି ବ୍ୟବସାୟ କରୁଛନ୍ତି ବ୍ୟବସାୟୀ। ଅନେକ ରିସୋର୍ଟ କ୍ସରଗ୍ଦକ୍ଟକ୍ସଗ୍ଧ ସମ୍ପୂର୍ଣ୍ଣ ଜଙ୍ଗଲ ଜମିରେ ଚାଲିଥିବା ଖୋଦ୍ ସ୍ବୀକାର କରିଚନ୍ତି ରିସୋର୍ଟ ମାଲିକ। ନା ଅଛି ପର୍ୟ୍ୟଟନ କ୍ଷେତ୍ର ପାଈଁ ଅନୁମତି, ନା ଅଛି ଜିଏସଟିପଂଜିକରଣ । ନିୟମ ଅନୁସାରେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ପାଇଁ ମଧ୍ୟ ବ୍ୟବସ୍ଥା ଓ ଅନୁମତି ନେବା ଆବଶ୍ୟକ। ଏହି ନିୟମ କୁ ମଧ୍ୟ ଫୁ କରି ଦେଇଛନ୍ତି ବ୍ୟବସାୟୀ।
ଦୁବ୍ଲାଗଡି ବେଳାଭୂମିରେ ଆଇନକୁ ଫୁ କରୁଛନ୍ତି ବ୍ୟବସାୟୀ । ଆଉ ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ଥାନୀୟ ଲୋକେ । ଏସବୁ ଅବାଧ ବ୍ୟବସାୟ ଉପରେ ପ୍ରଶାସନର କିଭଳି ନିଜର ନାହିଁ, ସେ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।