ଭୟଙ୍କର ହେଉଛି ରାଜ୍ୟରେ ଜଙ୍ଗଲ ନିଆଁ । ମୂଲ୍ୟବାନ ଜଙ୍ଗଲଜାତ ଦ୍ରବ ନଷ୍ଟ ସହ ପୋଡି ପାଉଁଶ ବଡ ବଡ ଗଛ

117

କନକ ବ୍ୟୁରୋ: ଜଳୁଛି ସ୍ୱାଭିମାନ ଅଞ୍ଚଳର ଜଙ୍ଗଲ । ଚିତ୍ରକୋଣ୍ଡା ରାଲେଗାଢ଼ା, ବଡ଼ପୋଡ଼ା, ଯୋଡ଼ାଆମ୍ବ, ବଡ଼ପଦର ଆଦି ଅଞ୍ଚଳରେ ଥିବା ଜଙ୍ଗଲରେ ଦିନ ଏବଂ ରାତି ସମୟରେ ଜଙ୍ଗଲ ଗୁଡ଼ିକରେ ନିଆ ଲାଗିଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଜଙ୍ଗଲରେ ଥିବା ଅନେକ ମୂଲ୍ୟବାନ ଗଛ ଓ ଜଙ୍ଗଲ ଯାତ ଦ୍ରବ୍ୟ ନଷ୍ଟ ହୋଉଥିବା ଜଣାପଡ଼଼ିଛି । ଲୋକେ ପୋଡୁଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ବେଳେ ବନ ବିଭାଗ ଗୋଟିଏ ଦୁଇଟି ସ୍ଥାନରେ ନିଆଁ ଲିଭାଇ ଚୁପ ବସୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଅଞ୍ଚଳରେ ଦିନ ସମୟରେ ଚାରି ଆଢ଼େ ଧୂଆଁଳିଆ ପରିବେଶ ଦେଖିବାକୁ ମିଳୁଥିବା ବେଳେ, ତାତି ମଧ୍ୟ ବଢ଼ୁଥିବା ଅନୁଭୁତ ହେଉଛି ।