ବର୍ଷାକୁ ଦେଖି ଖୁସିରେ ନାଚିଲେ ବନ କର୍ମଚାରୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

132

କନକ ବ୍ୟୁରୋ: ବର୍ଷାକୁ ଦେଖି ଖୁସିରେ ନାଚିଲେ ବନ କର୍ମଚାରୀ । ଦୀର୍ଘ ଦିନ ପରେ ବର୍ଷା ହେବାରୁ ଜଙ୍ଗଲି ନିଆଁରୁ ଆଶ୍ୱସ୍ତି ମିଳିବା ଖୁସିରେ ବହୁ କର୍ମଚାରୀ ମିଶି ଏକାଠି ନାଚିଛନ୍ତି । ନବରଙ୍ଗପୁର ଝରିଗାଁ ବ୍ଲକ କଙ୍ଗରା ଜଙ୍ଗଲରେ ବନ କର୍ମଚାରୀ ବର୍ଷା ହେବାରୁ ଖୁସିରେ ମସଗୁଲ ହୋଇ ନାଚିଛନ୍ତି ।

ଗତ କିଛି ଦିନ ହେବ ଜଙ୍ଗଲରେ ବାରମ୍ବାର ନିଆଁ ଲାଗି ମୂଲ୍ୟବାନ ଗଛ ସବୁ ନଷ୍ଟ ହୋଉଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ନାକେଦମ ହେଉଥିଲେ । ଜଙ୍ଗଲି ନିଆଁ ବଢ଼ିବାରୁ ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ପୁରା ପରିସ୍ଥିତକୁ ବିଗାଡି ଦେଉଥିଲା । ଗୋଟିଏ ଜଙ୍ଗଲର ନିଆଁ ଆୟତ କରିବା ସମୟରେ ଆଉ ଗୋଟିଏ ଜଙ୍ଗଲ ଜଳିଉଠୁଥିଲା । ଯାହାଫଳରେ ଅସହାୟ ହୋଇ ବର୍ଷା ଅପେକ୍ଷାରେ ଥିଲେ ବନ କର୍ମଚାରୀ । ତେବେ ଗତକାଲି ସନ୍ଧ୍ୟା ପରଠୁ ବର୍ଷା ହୋଇଥିବାରୁ ନିଆଁ ଆୟତକୁ ଆସିଛି । ଫଳରେ ବନକର୍ମଚାରୀ ଖୁସିରେ ବର୍ଷାରେ ନାଚି ଭିଡ଼ିଓ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେହିପରି ବାରିପଦାରେ ବର୍ଷାକୁ ଦେଖି ବନକର୍ମଚାରୀ ଖୁସି ହୋଇ ଭିଡ଼ିଓ ପୋଷ୍ଟ କରିଛନ୍ତି ।