କନକ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ ଘଟଣାରେ ୨ ଶିକାରୀ ଗିରଫ । ପିସିସିଏଫ ୱାଇଲ୍ଡ ଲାଇଫ ସୁଶୀଲ କୁମାର ପୋପଲି ଏହି ସୂଚନା ଦେଇଛନ୍ତି । ୨ ଅଭିଯୁକ୍ତ ଗିରଫ ହୋଇଥିଲା ବେଳେ ଅନ୍ୟ ୧୦ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସିଏଫ୍ ପ୍ରତିଶ୍ରୁତି ଦେଇଛନ୍ତି ।
ଗିରଫ ୨ ଶିକାରୀଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି । ଜଙ୍ଗଲରେ ବନବିଭାଗ ଓ ପୋଲିସର ୫ଟି ଟିମ ଗଠନ କରି କମ୍ବିଂ ଅପରେସନ କରାଯାଉଛି । ଡିଜି ଓ ଅତିରିକ୍ତ ଡିଜିଙ୍କ ସହ ଘଟଣା ନେଇ ଆଲୋଚନା କରିଥିବା କହିଛନ୍ତି ପିସିସିଏଫ । ସେପଟେ ମୃତ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ଭଉଣୀ ବନବିଭାଗ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି ଫରେଷ୍ଟ ଗାର୍ଡଙ୍କୁ ଏକ ବାଡି ଦେଇ ଜଙ୍ଗଲ ଜଗିବାକୁ ପଠେଇ ଦିଆଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/similipal.jpg)