କନକ ବ୍ୟୁରୋ: ଫେବ୍ରୁଆରୀ ମାସରେ ଶୀତ ସମ୍ପୂର୍ଣ୍ଣ ଭାବେ ଯାଇନଥିଲେ ବି ରାଜ୍ୟର ବହୁ ଜଙ୍ଗଲ ଜଳୁଛି । ଜଙ୍ଗଲ ବିଭାଗର ସୂଚନା ଅନୁସାରେ ଏବେ ରାଜ୍ୟର ୯୫ଟି ସ୍ଥାନରେ ଜଙ୍ଗଲ ଜଳୁଛି । ଜାନୁଆରୀ ପହିଲାରୁ ଫେବ୍ରୁଆରୀ ୪ତାରିଖ ଭିତରେ ରାଜ୍ୟର ୧୨ଶହରୁ ଅଧିକ ସ୍ଥାନରେ ନିଆଁ ଲାଗିଛି ।
ଖରା ଆସିବା ଆଗରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ପରେ ସତର୍କ ହୋଇଛି ବନବିଭାଗ । ଆଗାମୀ ଦିନରେ ଅଧିକ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ଥିବାରୁ କେମିତି ମୁକାବିଲା କରାଯାଇପାରିବ ସେଥିପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଛି ବନବିଭାଗ । ଏନେଇ ପିସିସିଏଫ ସୂଚନା ଦେଇ କହିଛନ୍ତି, ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଷ୍ଟାଫ, ଇକ୍ୟୁପମେଣ୍ଟ, ଟେକ୍ନୋଲୋଜି ପ୍ରସ୍ତୁତ କରି ରଖାଯାଇଛି । ବିଶେଷ କରି ବାଲିଗୁଡା, ଫୁଲବାଣୀ, ସୁନ୍ଦରଗଡ, ଶିମିଳିପାଳ ଜଂଗଲରେ ନିଆଁ ଲାଗିବା ଆଶଙ୍କା ଅଧିକ ଥିବାରୁ ଏସବୁ ସ୍ଥାନ ଉପରେ ନଜର ରଖାଯାଇଛି ।
ତେବେ ବର୍ଷା ନହେବାରୁ, ପାଗ ଶୁଖିଲା ରହିବାରୁ ଜଙ୍ଗଲରେ ଅଧିକ ନିଆଁ ଲାଗୁଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସାଧାରଣତଃ ଫେବ୍ରୁଆରୀରୁ ଜୁନ୍ ମାସ ମଧ୍ୟରେ ତାତି ବଢ଼ିବା ସହ ଅଧିକ ଜଙ୍ଗଲରେ ନିଆଁ ଲାଗିଥାଏ । କିନ୍ତୁ ଚଳିତ ବର୍ଷ ଆରମ୍ଭରୁ ଏତେ ସଂଖ୍ୟାରେ ଜଙ୍ଗଲରେ ନିଆଁ ଲାଗିବା ବନବିଭାଗ ପାଇଁ ଚିନ୍ତାର କାରଣ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/02/19-4.jpg)