ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ । ବନାଗ୍ନି ବିସ୍ତାର ରୋକିବା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ।

65

କନକ ବ୍ୟୁରୋ: ସରକାର ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ଅଛି । ଗୁରୁବାର ଫରେଷ୍ଟ ଫାୟାର ଟାସ୍କଫୋର୍ସ ରାଜ୍ୟରେ ଜଙ୍ଗଲ ନିଆଁର ସ୍ଥିତିକୁ ନେଇ ଏପରି ରିପୋର୍ଟ ପ୍ରଦାନ କରିଛି । ଏଥିସହ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ସହ ସମ୍ପର୍କ ରଖି ସ୍ଥାନୀୟ ସମ୍ପ୍ରଦାୟ, ଆଗ୍ନିକ ଓ ପିଆରଆଇ କର୍ମଚାରୀଙ୍କ ସହଯୋଗ ସହ ନିଆଁକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ବନଖଣ୍ଡ ଅଧିକାରୀ ଓ ଆଂଚଳିକ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଟାସ୍କଫୋର୍ସ ନିକଟ ଅତୀତେ ଶିମିଳିପାଳ ପରିଦର୍ଶନରେ ଯାଇ ବନ ଅଧିକାରୀ ଓ ସ୍ଥାନୀୟ ସମ୍ପ୍ରଦାୟ ସହ ଆଲୋଚନା କରିଛନ୍ତି । ଆଜି ମଧ୍ୟ ଟାସ୍କଫୋର୍ସ ଚନ୍ଦକା ଜଙ୍ଗଲରେ କ୍ରମାଗତ ଅଗ୍ନି କିମ୍ବା କୌଣସି ବନ୍ୟଜନ୍ତୁ ମୃତାହତ ହେବା ଦୃଷ୍ଟିଗୋଚରଚ ହୋଇନାହିଁ ବୋଲି କହିିଛି । ଏଥିସହ ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ରାଜ୍ୟ ବନବାହିନୀର ମୁଖ୍ୟ ଓ ଟାସ୍କଫୋର୍ସର ଅଧ୍ୟକ୍ଷ ଗତକାଲି ବନଖଣ୍ଡ ଅଧିକାରୀ ଓ ଆଂଚଳିକ ବନସଂରକ୍ଷକଙ୍କ ସହ ବନାଗ୍ନି ସ୍ଥିତିର ସମୀକ୍ଷା କରିଥିଲେ । ରାଜ୍ୟରେ ବର୍ତ୍ତମାନର ବନାଗ୍ନି ପରିସ୍ଥିତିକୁ କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ ଓ ସମୀକ୍ଷା କରିବା ଜାରି ରହିଛି ବୋଲି କୁହାଯାଇଛି ।