ରାଜ୍ୟରେ ଜଙ୍ଗଲ ନିଆଁକୁ ନେଇ ଫରେଷ୍ଟ ଫାୟାର ଟାସ୍କଫୋର୍ସର ରିପୋର୍ଟ । ବର୍ତ୍ତମାନ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ।

214

କନକ ବ୍ୟୁରୋ: ରାଜ୍ୟରେ ଜଙ୍ଗଲ ନିଆଁର ସ୍ଥିତି ବର୍ତ୍ତମାନ ଆୟତ୍ତାଧୀନ ଅଛି । ଅଳ୍ପକିଛି ଜଙ୍ଗଲ ନିଆଁ ଯାହା ରହିଛି ତାକୁ ଲିଭାଇବା ପାଇଁ କ୍ଷେତ୍ର କର୍ମଚାରୀମାନଙ୍କର ପ୍ରଚେଷ୍ଟା ଜାରି ରହିଛି । ଶନିବାର ରାଜ୍ୟରେ ଜଙ୍ଗଲ ନିଆଁର ସ୍ଥିତିକୁ ନେଇ ଏପରି ରିପୋର୍ଟ ଦେଇଛି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ।

ଏଥିରେ କୁହାଯାଇଛି ଯେ, କ୍ଷେତ୍ର କର୍ମଚାରୀମାନେ ଅଗ୍ନିପ୍ରବଣ ଓ ହଟସ୍ପଟ୍ ଅଂଚଳରେ ନିଆଁକୁ ଅଧ୍ଖଳ ମାନବ ଶକ୍ତି, ଭିତ୍ତିଭୂମି, ଆଗ୍ନିକ ଓ ଅଫିସରମାନଙ୍କ ସହଯୋଗରେ  ପ୍ରଶମିତ କରାଯାଉଛି । ସମସ୍ତ କ୍ଷେତ୍ର କର୍ମଚାରୀ ସଜାଗ ଓ ସତର୍କ ରହିଛନ୍ତି । ଆଇଏମଡି ଭୁବନେଶ୍ୱରର ପୂର୍ବାନୁମାନ ଅନୁସାରେ ଆସନ୍ତା କିଛି ଦିନରେ ରାଜ୍ୟର କିଛି ଅଂଚଳରେ ହେବାକୁ ଥିବା ବର୍ଷା ଜଙ୍ଗଲ ନିଆଁ ଲିଭାଇବାରେ ଫଳପ୍ରଦ ହୋଇପାରେ ବୋଲି କୁହାଯାଇଛି ।

ଏହାସହ ପ୍ରଧାନ ବନ ସଂରକ୍ଷକ ଦପ୍ତରରେ ଥିବା ଏଫଆଇଟିଜିସି ବିଭାଗ ଦ୍ୱାରା ରାଜ୍ୟର ବନାଗ୍ନି ସ୍ଥିତିକୁ ଓଏଫଏମଏସ୍ ୱେବ ପୋର୍ଟାଲ ସହାୟତାରେ ନିରନ୍ତର ମନିଟରିଙ୍ଗ୍ କରାଯାଉଛି । ପ୍ରତିଦିନ କ୍ଷେତ୍ରାଧିକାରୀମାନଙ୍କ ସହିତ ନିଆଁର ସ୍ଥିତିକୁ ପର୍ଯ୍ୟାଲୋଚନା ଓ ସମୀକ୍ଷା କରାଯାଉଛି ।