କନକ ବ୍ୟୁରୋ : ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ଖରା ଦିନ ଆରମ୍ଭ ନହେଉଣୁ ଜଙ୍ଗଲରେ ଲାଗିଛି ନିଆଁ । ଶିମିଳିପାଳ ଉପରମୁଣ୍ଡ ମାଣିକପୁର ଅଞ୍ଚଳରେ କିଛି ଦିନ ହେଲା ନିଆଁ ଲାଗିଥିବା ବେଳେ ଏପର୍ଯନ୍ତ ନିଆଁକୁ ଆୟତ କରାଯାଇନି । ନିଆଁଲାଗି ବିଭିନ୍ନ ଔଷଧୀୟ ଗୁଳ୍ମରୁ ନେଇ ବଡ ବଡ ଗଛ ସବୁ ପୋଡି ନଷ୍ଟ ହେବାରେ ଲାଗିଛି । ପୂର୍ବରୁ ଶିମିଳିପାଳରେ ନିଆଁ ଲାଗିବା ଘଟଣା ନେଇ ବହୁ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ପୁଣି ଜଳୁଛି ଶିମିଳିପାଳ ଜଙ୍ଗଲ ।

Advertisment

ନିଆଁ ବଢି ବଢି ଚାଲିଥିବା ବେଳେ ଲିଭିବାର ନାଁ ନେଉନି । ଏବେଠାରୁ ନିଆଁକୁ ଆୟତ କରାନଗଲେ ଜଙ୍ଗଲରୁ ବହୁ ଗଛ ପୋଡି ନଷ୍ଟ ହୋଇଯିବ । ପ୍ରତିବର୍ଷ ଏହିଭଳି ଜଙ୍ଗଲରେ ନିଆଁ ଲାଗି ବହୁ ଗଛ ପୋଡି ନଷ୍ଟ ହେଉଛି । ଚଳିତବର୍ଷ ମଧ୍ୟ ନିଆଁ ଲାଗି ବ୍ୟାପିବାରେ ଲାଗିଲାଣି । ହେଲେ ଏଥିପ୍ରତି କାହାର ଯେମିତି ନିଘା ନାହିଁ । ଏଠି ପ୍ରଶ୍ନ ଉଠୁଛି ଜଙ୍ଗଲରେ କେମିତି ଲାଗୁଛି ନିଆଁ ? କିଏ ଲଗାଉଛି ଜଙ୍ଗଲରେ ନିଆଁ । ଯାହାକୁ ନେଇ ବନ ବିଭାଗ ମଧ୍ୟ ପଡିଛି ଚିନ୍ତାରେ ।