ପୁଣି ଫେରିଛି ଜଙ୍ଗଲ ନିଆଁ : ରାଜ୍ୟର ୧୧୮ଟି ସ୍ଥାନରେ ବଡ଼ଧରଣ ଜଙ୍ଗଲ ନିଆଁ ଚିହ୍ନଟ

ପୁଣି ଫେରିଛି ଜଙ୍ଗଲ ନିଆଁ : ରାଜ୍ୟର ୧୧୮ଟି ସ୍ଥାନରେ ବଡ଼ଧରଣ ଜଙ୍ଗଲ ନିଆଁ ଚିହ୍ନଟ

କନକ ବ୍ୟୁରୋ : କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଜଙ୍ଗଲ ନିଆଁ । ପୂର୍ବଭଳି ହୁ ହୁ ହୋଇ ଭୟଙ୍କର ଭାବେ ଜଳୁଛି ଶିମିଳିପାଳ ଜଙ୍ଗଲ। ଏଥିସହ ରାଜ୍ୟର ୧୧୮ଟି ସ୍ଥାନରେ ବଡ଼ଧରଣ ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ବାରିପଦା ସର୍କଲରେ ସବୁଠାରୁ ଅଧିକ ସ୍ଥାନରେ ଜଙ୍ଗଲ ଜଳୁଥିବା ବେଳେ ଅନୁଗୁଳ, ରାଉରକେଲା, ବ୍ରହ୍ମପୁର ସର୍କଲର କେତେକ ସ୍ଥାନ ଅତି ସମ୍ବେଦନଶୀଳ ହେବା‌ରେ ଲାଗିଛି। ଯଦି ଏଦିଗରେ ତୁରନ୍ତ ପଦକ୍ଷେପ ନିଆ ନ ଯାଏ ତେବେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ ୧୫ରୁ ଅଧିକ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। ଏଭଳି ସ୍ଥିତିରେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ସାଧାରଣ ଲୋକଙ୍କ ଅବସ୍ଥା ସାଂଘାତିକ ହେବାରେ ଲାଗିଛି। ବିଶେଷକରି ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ବାଲେଶ୍ବର, ଗଞ୍ଜାମ, କନ୍ଧମାଳ ଜିଲ୍ଲାର ଲୋକେ ଦିନ ସମୟରେ ଗରମ ଓ ନିଆଁ ତାତିରେ ଭାଜି ହେଉଛନ୍ତି । କେତେକ ସ୍ଥାନରେ ଜଙ୍ଗଲ ନିଆଁ ଏବେ ଗାଁ ମୁହାଁ ହୋଇଛି। ହେଲେ ବନ ବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆର ତଥ୍ୟ ଅନୁଯାୟୀ ଦେଶର ୯୯୩ଟି ସ୍ଥାନରେ ବଡ଼ଧରଣର ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ଛତିଶଗଡ଼ରେ ସର୍ବାଧିକ ୨୩୮ଟି ନିଆଁ ଲାଗିଥିବା ବେଳେ ମଧ୍ୟପ୍ରଦେଶରେ ୨୦୯ ଏବଂ ଓଡ଼ିଶା ୧୧୮ଟି ନିଆଁ ସହ ତୃତୀୟ ସ୍ଥାନରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe