ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ବାଘେନ ଜଙ୍ଗଲରେ ନିଆଁ : ଔଷଧୀୟ ବୃକ୍ଷ ନଷ୍ଟ ସହ ଜୀବଜନ୍ତୁଙ୍କ ପ୍ରତି ରହିଛି ବିପଦ 

86

କନକ ବ୍ୟୁରୋ : ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ବାଘେନ ଜଙ୍ଗଲରେ ନିଆଁ । ଏହି ଜଙ୍ଗଲ ଛିତିଶଗଡ଼ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଜଙ୍ଗଲରେ ହରିଶଙ୍କର ଏବଂ ଗନ୍ଧମାର୍ଦ୍ଦନ ରହିଛି । ଏପରିକି ଏହି ଜଙ୍ଗଲରେ ବହୁ ପୁରାତନ ଔଷଧୀୟ ଗଛ ରହିଛି । ଏହା ସହ ବହୁ ଜୀବଜନ୍ତୁ ମଧ୍ୟ ଏହି ଜଙ୍ଗଲରେ ରହିଛନ୍ତି  । ଯଦି ଜଙ୍ଗଲରେ ଏମିତି ନିଆଁ ଲାଗି ରହିଥାଏ ତେବେ ଅନେକ ମୁଲ୍ୟବାନ ଔଷଧୀୟ ବୃକ୍ଷ ନଷ୍ଟ ହେବା ସହ ଜୀବଜନ୍ତୁ ମାନଙ୍କ ଜୀବନ ପ୍ରତି ବିପଦ ରହିଛି ।

ସେପଟେ, ଜଳୁଛି ଶିମିଳିପାଳ ଜଙ୍ଗଲ । ଅସ୍ତବ୍ୟସ୍ତ ଜନଜୀବନ । ଜଙ୍ଗଲ ନିଆଁ ଖାଲି ଲୋକଙ୍କ ଉପରେ ପ୍ରଭାବ ପକାଇନି ବରଂ ଜଙ୍ଗଲ ନିଆଁ ପାଇଁ ହନ୍ତସନ୍ତ ହେଉଛନ୍ତି ବନ୍ୟପ୍ରାଣି । ଜଙ୍ଗଲ ନିଆଁରେ ବେସାହାର ହୋଇପଡ଼ିଛନ୍ତି ବନ୍ୟପାଣି । ନିଆଁର ଝୁଲରେ ଜଙ୍ଗଲରେ ଥିବା ଅନେକ ଜୀବଜନ୍ତୁ ଜୀବନ ହରାଇଛନ୍ତି । ଆଉ କିଛି ଜୀବଜନ୍ତୁ ପ୍ରାଣ ବଂଚାଇବାକୁ ଜନବସତି ଆଡେ ଧାଇଁ ଆସୁଛନ୍ତି ।