କନକ ବ୍ୟୁରୋ : ୧୨ ଦିନ ପରେ ମିଳିଥିବା ଶୁଆକୁ ନେଇ ଗଲା ବନବିଭାଗ । ଅନିଚ୍ଛା ସତ୍ୱେ କୋକୋକୁ ବନବିଭାଗ ହାତରେ ଟେକି ଦେଇଛନ୍ତି କଟକ ତୁଳସୀପୁରର ପ୍ରଫେସର ସସ୍ମିତା ବେହେରା । ଶୁଆକୁ ନେବା ପାଇଁ ଆଜି ତାଙ୍କ ଘରେ ପହଞ୍ଚିଥିଲେ ବନବିଭାଗ ଟିମ୍ । ତେବେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ଆଧାରରେ ଘରେ ଶୁଆ ରଖିବା ବେଆଇନ । ତେଣୁ ଶୁଆକୁ ବନବିଭାଗ ନେଇଯାଇଛି । ଅତି ସ୍ନେହରେ ଶୁଆ କୋକୋକୁ ପାଳିଥିବା ପ୍ରଫେସର ସସ୍ମିତା ଛାଡିବାକୁ ପ୍ରଥମେ ଅରାଜି ହେଉଥିବା ବେଳେ ଶେଷରେ ସେ କୋକୋକୁ ବନବିଭାଗକୁ ହସ୍ତାନ୍ତର କରିଛନ୍ତି । କିଛି ଦିନ ତଳୁ ନିଖୋଜ ହୋଇଯାଇଥିବା ଶୁଆ ‘କୋକୋ’କୁ ଭୁବନେଶ୍ୱର କେଶୁରା କୁଆଖିଆ ନଦୀ କୂଳରୁ ଉଦ୍ଧାର କରାଯାଇଥିଲା ।
ସୂଚନାଯୋଗ୍ୟ, ଗତ ୫ ତାରିଖ ଦିନ ସସ୍ମିତାଙ୍କ ଘରୁ ଶୁଆ କେଉଁଆଡେ ପଳାଇଯାଇଥିଲା । ଖୋଜାଖୋଜି କରି ନ ମିଳିବା ପରେ ଲିଫଲେଟ କରି ତୁଳସୀପୁର ଅଂଚଳରେ ବାଂଟିଥିଲେ ସ୍ମସିତା । ଶୁଆକୁ ଖୋଜିଦେଲେ ୫ ହଜାର ଟଙ୍କାର ପୁରସ୍କାର ରାଶି ବି ଘୋଷଣା କରିଥିଲେ । ତେବେ ଶୁଆ ଘରକୁ ଫେରିଥିବା ବେଳେ ତାକୁ ନେବାକୁ ସସ୍ମିତାଙ୍କ ଘରେ ବନବିଭାଗ ଟିମ୍ ପଂହଚି ଏହାକୁ ନେଇଯାଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/6-26.jpg)