କନକ ବ୍ୟୁରୋ : ହାତୀ ଉପଦ୍ରବରୁ ମିଳିବ ତ୍ରାହି । ଜନବସତି ମୁହାଁ ହେଉଥିବା ହାତୀଙ୍କୁ ଦିଆଯିବ କରେଣ୍ଟ ଝଟକା । ସୋଲାର ଫେନସିଂ ବା ସୌର ଶକ୍ତି ଦ୍ୱାରା ପରିଚାଳିତ ଝୁଲନ୍ତା ତାର ବାଡ଼ ଲଗାଇ ହାତୀ ଉପଦ୍ରବ ରୋକିବା ପାଇଁ ଏଭଳି ପ୍ରୟାସ କରିବାକୁ ଯାଉଛି ବନ ବିଭାଗ । ଚନ୍ଦକା ଅଭୟାରଣ୍ୟରେ ଏଭଳି ଯୋଜନା କରାଯାଇଛି । ଅନେକ ସମୟରେ ହାତୀ ନିଜ ଅଞ୍ଚଳ ଛାଡ଼ି ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳେ । ହେଲେ ଏବେ ଏହି କରେଣ୍ଟ ଝଟକାର ବ୍ୟବହାର ଦ୍ୱାରା ହାତୀ ଆଉ ଜନବସତି ମୁହାଁ ହେବେ ନାହିଁ ।
ଚନ୍ଦକା ଜଙ୍ଗଲର ପାଚେରୀକୁ ଲାଗି ଏହି ତାର ବାଡ଼ ରହିଛି । ଯେଉଁଥିରେ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ରହିବ । ଏହାକୁ ବନ କର୍ମଚାରୀମାନେ କଣ୍ଟ୍ରୋଲ ପ୍ୟାନେଲ ଦ୍ୱାରା ପରିଚାଳିତ କରିବେ । ପ୍ରାୟ ୧୫ ଫୁଟର ତାର ବାଡ଼ ଲାଗିଛି । ଆଉ ତଳ ପଟୁ ୩ ଫୁଟ୍ ଜାଗା ଛଡ଼ାଯାଇଛି । ତାରକୁ ଛୁଇଁବା ମାତ୍ରକେ ୪ ଦଶମିକ ୫ ଭୋଲ୍ଟର କରେଣ୍ଟ ଖାଇ ଜଙ୍ଗଲକୁ ଫେରିଯିବେ ହାତୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/Elephants-in-Sathyamangalam-Tiger-Reserve.jpg)