କନକ ବ୍ୟୁରୋ: ଚିଲିକା ମଝିରେ ଫଶିଲା ବନ ବିଭାଗର ପାଟ୍ରୋଲିଂ ଡଙ୍ଗା। ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମଟର ଚାଳିତ ଡଙ୍ଗାଟି ଚିଲିକା ମଝିରେ ଫସି ରହିଛି। ଆଜି ସକାଳୁ ଡଙ୍ଗାଟି ଜହ୍ନିକୁଦରୁ ଚିଲିକାକୁ ପାଟ୍ରୋଲିଂ ପାଇଁ ଯାଉଥିବା ସମୟରେ ଏଭଳି ସମସ୍ୟା ଦେଖାଦେଇଛି। ଡଙ୍ଗାରେ ଫସି ରହିଥିବା ସମସ୍ତ ବନ କର୍ମଚାରୀ ଚିଲିକା ବନାଞ୍ଚଳ କାର୍ଯ୍ୟାଳୟର ବୋଲି ଜଣାପଡିଛି।
ଚିଲିକାରେ ଡଲଫିନ୍ ମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରତିଦିନ ମୋଟର ଚାଳିତ ଡଙ୍ଗା ମାଧ୍ୟମରେ ପାଟ୍ରୋଲିଂ କରୁଛନ୍ତି ବନ କର୍ମଚାରୀ। ମାଲୁଦ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଚିଲିକାରେ ଫସିଥିବା ଡଙ୍ଗାକୁ ଉଦ୍ଧାର କରାଯାଇ ପାରିନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/15-2.jpg)