କନକ ବ୍ୟୁରୋ: ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିିଥିବା ବେଳେ ମାଡି ବସିଲେ ବନ ବିଭାଗ କର୍ମଚୀରୀ । ଗତକାଲି କଟକ ନେତାଜୀ ବ୍ରିଜ ପାଖେ ବାଘ ଛାଲ ବିକ୍ରି ନେଇ ଡିଲ ଚାଲିଥିଲା । ଖବର ପାଇ କଟକ ସିଟି ଫରେଷ୍ଟ ଡିଭିଜନ

ପକ୍ଷରୁ ଚଢାଉ କରାଯାଇଥିଲା । ବନବିଭାଗ କର୍ମଚାରୀଙ୍କୁ ଦେଖି କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଆସିଥିବା ଅଭିଯୁକ୍ତ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ । ବନବିଭାଗ କର୍ମୀଚାରୀ ପିଛା କରି ବିଡାନାସୀ ପାଖରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ମାହାଙ୍ଗ ଅଂଚଳର ପ୍ରମୋଦ ଜେନା ଓ ବିଡାନୀସର ରବି ନାରାୟଣ । ସେମାନେ ସେମାନଙ୍କ ପାଖରୁ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।