ଫରେନ୍ସିକ ଟିମ୍ ହାତରେ ଲାଗିଲା ଲୁଣ ଲାଗିଥିବା ହାଡ ଏବଂ ପୋଡିଯାଇଥିବା କିଛି ଅଂଶ 

223

କନକ ବ୍ୟୁରୋ : ଫରେନ୍ସିକ୍ ଟିମ୍ ହାତରେ ଲାଗିଲା ବଡ ପ୍ରମାଣ । ମହାଲିଙ୍ଗ ଷ୍ଟାଡିୟମରେ ଫରେନ୍ସିକ୍ ଟିମର ଯାଞ୍ଚ ବେଳେ ମିଳିଳା ପୋଡିଯାଇଥିବା ମମିତାଙ୍କ ମୃତ ଶରୀରର କିଛି ଅଂଶ । ଲୁଣ ଲାଗିଥିବା କିଛି ଛୋଟ ଛୋଟ ହାଡ ଫରେନ୍ସିକ୍ ଟିମ୍ ହାତରେ ଲାଗିଛି ।

ଆଜି ଭୋର ୪ଟାରୁ ପୋଲିସ ସୈତାନ ଗୋବିନ୍ଦ ସାହୁକୁ ଧରି କ୍ରାଇମ୍-ସ୍ପଟରେ ପହଞ୍ଚିଥିଲା । ସେଠାରେ ଗୋବିନ୍ଦ ସାହୁ ଗୋଟି ଗୋଟି ପୋଲିସକୁ ଡେମୋ ଦେଖାଇଥିଲା । କେମିତି ମମିତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା । କିଭଳି ଜେସିବି ସାହାଯ୍ୟରେ ଗାତ ଖୋଲି ମମିତାଙ୍କ ମର ଶରୀରକୁ ପ୍ଲାଏ କାଠ ଏବଂ ଟାୟାର ଦେଇ ଜାଳିଥିଲା ଏବଂ ପରେ ମୃତ ଶରୀରକୁ ଶୀଘ୍ର ନଷ୍ଟ କରିଦେବା ପାଇଁ ପ୍ରଚୁର ପରିମାଣରେ ଲୁଣ ପାକାଇଥିଲା । ସମସ୍ତ ଘଟଣାର ରିକ୍ରିଏସନ ହୋଇଥିଲା । ଗୋବିନ୍ଦ ସାହୁ ସହ ଏକ ଫରେନ୍ସିକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ । ସେଠାରେ ଯାଞ୍ଚ କରିବା ବେଳେ ଫରେନ୍ସିକ୍ ଟିମ୍ ହାତରେ କିଛି ଅଧା ପୋଡା ହାଡ ଲାଗିଛି । ଯାହାକୁ ନେଇ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ସେପଟେ ସୂଚନା ମିଳିଛି କି, ମୃତ ଦେହକୁ ପୋତିବା ପରେ ଗୋବିନ୍ଦ ସାହୁ କାହା ପାଖକୁ କଲ କରିଥିଲେ ।