ପୁରୀ : ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ଜଣେ ବିଦେଶୀଙ୍କୁ ନେଇ ବିବାଦ । ଆଜି ସିଂହଦ୍ୱାର ନିକଟରେ ଜର୍ମାନ ନାଗରିକ ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ । ଏହି ସମୟରେ ସେବାୟତ ବାମଦେବ ପୂଜାପଣ୍ଡା ତାଙ୍କୁ ସେଠାରେ ଅଟକାଇ ଅଣହିନ୍ଦୁ ପ୍ରବେଶ ନିଷେଧ ଥିବା ନେଇ କହିଥିବା କୁହାଯାଉଛି । ଏନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ବିଦେଶୀ ଜଣକ ତାଙ୍କୁ ଆକ୍ରମଣ କରିଥିବା ନେଇ ସେବାୟତ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।
ପୁରୀ : ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଧରା ପଡ଼ିଲେ ବିଦେଶୀ
/kanak/media/post_attachments/wp-content/uploads/2017/02/vlcsnap-2017-02-26-19h14m33s245.png)