ଦେଶୀ ପରମ୍ପରାରେ ବିଦେଶୀ ମତୁଆଲା : କୋଣାର୍କରେ ବିଦେଶୀଙ୍କ ରଙ୍ଗ ଖେଳ ଏକ ନିଆରା ଚିତ୍ର ସୃଷ୍ଟି କରିଛି

49

କନକ ବ୍ୟୁରୋ : ଦେଶୀ ପରମ୍ପରାରେ ବିଦେଶୀ ମତୁଆଲା । ହୋଲି ସାଙ୍ଗକୁ ନାଚଗୀତରେ ପୁରା ମସଗୁଲ । ପରସ୍ପରକୁ ରଙ୍ଗ ବୋଳିବା ସହ ମିଠା ଖୁଆଇ ବେଶ ହସଖୁସିରେ ହୋଲି ପର୍ବ ପାଳନ କରୁଛନ୍ତି ବିଦେଶୀ । ସୁଦୁର ଆମେରିକା, ଜର୍ମାନୀ, ଫ୍ରାନ୍ସସ ଏବଂ ରୁଷିଆରୁ ଆସିଥିବା ପର୍ଯ୍ୟଟକ ହୋଲି ପର୍ବର ଅନୁଭତି ସାଉଁଟିଛନ୍ତି ।

ପୁରୀ-କୋଣାର୍କ ରାସ୍ତାର ରାମଚଣ୍ଡି ମୁହାଣ ନିକଟରେ ଥିବା ଏକ ରିସର୍ଟରେ ହୋଇଥିଲା ଏଭଳି ଆୟୋଜନ । ଯେଉଁଥିରେ ରିସର୍ଟ ପକ୍ଷରୁ ହର୍ବାଲ ହୋଲି ପାଇଁ ହୋଇଥିଲା ବ୍ୟାପକ ପ୍ରସ୍ତୁତି । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଚନ୍ଦନ, ବେଲ, ତୁଳସୀ ଏବଂ କଲରା ପତ୍ରରେ ପ୍ରସ୍ତୁତି ହୋଇଥିଲା ପେଷ୍ଟ । ଯାହାକୁ ରଙ୍ଗ ଭାବେ ଖେଳିଛନ୍ତି ବିଦେଶୀ ପର୍ଯ୍ୟଟକ ।

ଓଡ଼ିଶାକୁ ବିଦେଶୀ ପର୍ଯଟକଙ୍କୁ ଆକୃଷ୍ଟ କରିବା ଏବଂ ଆମ ଭାରତୀୟ ପରମ୍ପରା ସହ ସେମାନଙ୍କୁ ପରିଚିତ କରିବା ଉର୍ଦ୍ଦେଶ୍ୟରେ ରିସର୍ଟ ପକ୍ଷରୁ ଏଭଳି ଏକ ନିଆରା ଆୟୋଜନ କରାଯାଇଥିଲା । ଆମ ଦେଶର ପାରମ୍ପରିକ ପୋଷାକ ପରିଧାନ ସହ ଭାଇଚାରାର ପର୍ବ ହୋଲିକୁ ବେଶ ଆନନ୍ଦ-ଉଲ୍ଲାସରେ ପାଳନ କରିଥିଲେ ବିଦେଶୀ । ଯାହା ସ୍ଥାନୀୟ ଲୋକଙ୍କୁ ବି ଆକୃଷ୍ଟ କରିଥିଲା ।