ବାବୁଙ୍କ ବିଦେଶ ଗସ୍ତ କଟକଣା କୋହଳ: ବ୍ୟକ୍ତିଗତ ଗସ୍ତ ପାଇଁ ଦରକାର ନାହିଁ ଅନୁମତି

ବାବୁଙ୍କ ବିଦେଶ ଗସ୍ତ କଟକଣା କୋହଳ: ବ୍ୟକ୍ତିଗତ ଗସ୍ତ ପାଇଁ ଦରକାର ନାହିଁ ଅନୁମତି

କନକ ବ୍ୟୁରୋ: ସରକାରୀ ବାବୁଙ୍କ ବିଦେଶ ଗସ୍ତ ଉପରେ ସରକାର କଟକଣା କୋହଳ କରିଛନ୍ତି। ପୂର୍ବରୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାରଣରୁ ବିଦେଶ ଯାତ୍ରା କରିଲେ, ସରକାରୀ କାର୍ଯ୍ୟ/ଟୁରରେ ବିଦେଶ ଗସ୍ତ କଲେ ଏବଂ କୌଣସି ବିଦେଶୀ ସଂଗଠନଠାରୁ ସିଧାସଳଖ ନିମନ୍ତ୍ରଣ ପାଇଁ ବିଦେଶ ଗସ୍ତ କଲେ ସାଧାରଣ ପ୍ରଶାସନ ବିଭାଗର ୨୦୧୨ ମସିହା ସେପ୍ଟେମ୍ବର ୭ ତାରିଖ ଏବଂ ୨୦୧୪ ମସିହା ନଭେମ୍ବର ୧୨ ତାରିଖର ଆଦେଶରେ ଥିବା ନିର୍ଦ୍ଦେଶ ଅନୁଯାୟୀ ତାହା ନିୟନ୍ତ୍ରିତ ହୋଇଆସୁଥିଲା।

କିନ୍ତୁ ଦେଶରେ ବିମାନସେବା ସୁବିଧାରେ ଦ୍ରୁତ ପରିବର୍ତ୍ତନ ଆସିଥିବାରୁ ଏବଂ ଘରୋଇ କାର୍ଯ୍ୟରେ ବିଦେଶ ଗସ୍ତ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ଏଥିସହିତ ଭାରତ ସରକାରଙ୍କ କାର୍ମିକ ଏବଂ ତାଲିମ ବିଭାଗର ୨୦୦୭ ଡିସେମ୍ବର ୫ ତାରିଖର ସର୍କୁଲାର ଅନୁଯାୟୀ ସର୍ବ ଭାରତୀୟ ସେବାର ଅଧିକାରୀମାନେ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଗସ୍ତ କଲେ ସେଥିପାଇଁ କ୍ୟାଡର କଣ୍ଟ୍ରୋଲିଂ କର୍ତ୍ତୃପକ୍ଷଙ୍କର କୌଣସି ମଞ୍ଜୁରୀ ଆବଶ୍ୟକ ନ ଥିବା ନିୟମ ରହିଛି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗ୍ରୁପ୍-ଏ, ବି, ସି ଏବଂ ଡି ଅଧିକାରୀମାନେ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଭାବେ ବିଦେଶ ଗସ୍ତ କଲେ କ୍ୟାଡର କଣ୍ଟ୍ରୋଲିଂ କର୍ତ୍ତୃପକ୍ଷଙ୍କର କୌଣସି ଅନୁମତି ନେବାର ଆବଶ୍ୟକତା ନାହିଁ। କିନ୍ତୁ କୌଣସି ସରକାରୀ କାର୍ଯ୍ୟ/ଟୁର୍ ଏବଂ କୌଣସି ବିଦେଶୀ ସଂସ୍ଥାର ସିଧାସଳଖ ନିମନ୍ତ୍ରଣରେ ଅଧିକାରୀମାନେ ବିଦେଶ ଗସ୍ତ କଲେ ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗର କଟକଣା ଜାରି ରହିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଏକ ନିର୍ଦ୍ଦେଶନାମା ଜାରି ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe