କନକ ବ୍ୟୁରୋ : ରାଜଧାନୀରେ ମିଳୁଛି ବିଦେଶୀ ପନିପରିବା । ଲାଲ୍ ଆଉ ହଳଦିଆ ବେଲପେପର, ଆଭାକାଡୋ, ସେଲେରୀ, ବ୍ରକୋଲି, ଜୁକିନି, ଲାଟ୍ୟୁସ୍ ଭଳି ପନିପରିବା ରାଜଧାନୀରେ ବି ଉପଲବ୍ଧ । ୟୁନିଟ ୮, ଡିଏଭି ସ୍କୁଲ ନିକଟରେ ବିଗତ ୩ ବର୍ଷ ଧରି ଏହି ସବୁ ବିଦେଶୀ ପନିପରିବା ବିକ୍ରି କରୁଛନ୍ତି ମାନସ ସାହୁ ।

Advertisment

ବେଙ୍ଗାଲୁରୁ ଜଣେ ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ଏହିସବୁ ବିଦେଶୀ ପନିପରିବା ଆଣି ବିକ୍ରି କରୁଛନ୍ତି ମାନସ । ଭୁବନେଶ୍ୱରରେ ସାଧାରଣତଃ ଏହି ସବୁ ପରିବା ସହଜରେ ମିଳେନାହିଁ । କିନ୍ତୁ ମାନସଙ୍କ ଦୋକାନରେ ଏବେ ଏହି ପନିପରିବା ନେବାକୁ ଗ୍ରାହକଙ୍କର ବେଶ୍ ଭିଡ ଜମୁଛି ।