କନକ ବ୍ୟୁରୋ: ଦେଶରେ ଟିକା ଅଭାବକୁ ଦୃଷ୍ଟିରେ ରଖି ଏବେ ବିଦେଶୀ ଟିକାକୁ ମଂଜୁରୀ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ କେନ୍ଦ୍ର ସରକାର । ଦେଶରେ ଟିକାର ଅଭାବ ଦୂର କରିବାକୁ ଏବେ ଏପରି ବାଟ ବାହାର କରିଛନ୍ତି ଭାରତ ସରକାର । ଭାରତରେ ଏବେ ଦୁଇଟି କରୋନା ଟିକା କୋଭାକ୍ସିନ୍ ଓ କୋଭିସିଲଡକୁ କରୋନା ଟିକାକରଣରେ ବ୍ୟବହାର ପାଇଁ ଦିଆଯାଉଛି । ଏପରି ସମୟରେ ଋଷର କରୋନା ଟିକା ସ୍ପୁଟନିକ୍ ଭି କୁ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଡିସିଜିଆଇ । ଏହା ମଧ୍ୟରେ ଦେଶରେ ଦେଖା ଦେଇଥିବା ଟିକା ଅଭାବକୁ ପୁରଣ କରିବାକୁ ଅନ୍ୟ ବିଦେଶୀ ଟିକାଗୁଡିକୁ ଅନୁମତି ଦେବା ନେଇ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର ।
ଆଗକୁ ଅନ୍ୟ ଦେଶରେ ଅନୁମତି ମିଳି ସାରିଥିବା କରୋନା ଟିକା ଗୁଡିକୁ ଭାରତ ସରକାର ଅନୁମତି ଦେବାକୁ ବିଚାର କରୁଥିବା ଜଣାପଡିଛି । ଦେଶରେ ଏକାଧିକ ଟିକା ଆସିଲେ, ଗୋଟିଏ ଭଲ କଥା ହେଉଛି , କରୋନା ମୁକାବିଲାରେ ଟିକା ଅଭାବକୁ ତୁରନ୍ତ ସମାଧାନ କରାଯାଇପାରିବ ।
ଏପଟେ ଦେଶରେ ଡରେଇଲାଣି କରୋନାର ଦ୍ୱିତୀୟ ଲହର । ଏହି କ୍ରମରେ କେଉଁ ବିଦେଶୀ ଟିକାକୁ ଅନୁମତି ଦେଇପାରନ୍ତି ଭାରତ ସରକାର ତା ଉପରେ ରହିଛି ନଜର । ଏହି ତାଲିକାରେ ରହିଛି ଜାଇଡସ କାଡିଲା, ନୋଭାଭାକ୍ସ, ଭାରତ ବାୟୋଟେକର ନାଜାଲ ଭାକସିନ୍ । ଦେଶରେ ଏବେ ପ୍ରାୟ ୨୦ଟି କରୋନା ଟିକା ପରୀକ୍ଷାଗାରରେ ପରୀକ୍ଷାମୂଳକ ଅବସ୍ଥାରେ ରହିଛି । ଜନସନ୍ ଆଣ୍ଡ ଜନସନ୍ ର କରୋନା ଟିକାକୁ କିନ୍ତୁ ଭାରତରେ ବ୍ୟାନ୍ କରାଯାଇଛି । ଅନ୍ୟ ଟିକା ଗୁଡିକ ବଜାରକୁ ଆସିବା ଆଗରୁ ଆହୁରି ଅନେକ ବାଟ ରହିଛି । ତା ଭିତରୁ ସମସ୍ତ ମାପଦଣ୍ଡ ପୂରଣ କରିପାରୁଥିବା ଟିକା ମଧ୍ୟରୁ ପ୍ରଥମେ ଋଷୀୟ କରୋନା ଟିକା ସ୍ପୁଟନିକ୍ ଭି କୁ ଅନୁମତି ଦେଇସାରିଛନ୍ତି ଭାରତ ସରକାର ।
ବର୍ତମାନ ଦେଶରେ ଚିନ୍ତାର କାରଣ ବନିଲାଣି ମହାରାଷ୍ଟ୍ର ଓ ଦିଲ୍ଲୀର କରୋନା ସଂକ୍ରମଣ । ଦୁଇ ରାଜ୍ୟରେ ସଂକ୍ରମଣ ଥମିବାର ନାଁ ଧରୁନି । ଏପରି ସମୟରେ ଟିକାର ଆବଶ୍ୟକତା ଅଧିକ ରହିଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର , ଅଧିକ ବିଦେଶୀ କରୋନା ଟିକାକୁ ଅନୁମତି ଦେବାକୁ ଏବେ ବିଚାର କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/vlcsnap-2021-04-13-20h46m02s274.png)