ଶ୍ରୀମନ୍ଦିରରେ ପୁଣି ପ୍ରବେଶ କଲେ ବିଦେଶୀ ପର୍ଯ୍ୟଟକ । ବେହରଣ ଦ୍ୱାର ନିକଟରୁ ଧରିଲା ପୋଲିସ୍ ।

64

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପୁଣି ପ୍ରବେଶ କଲେ ବିଦେଶୀ ପର୍ଯ୍ୟଟକ । ବେହରଣ ଦ୍ୱାର ନିକଟରୁ ବିଦେଶୀ ନାଗରିକଙ୍କୁ ଧରି ସିଂହଦ୍ୱାର ଥାନାକୁ ନେଇଛି ପୋଲିସ । ଅଟକ ବ୍ୟକ୍ତି ଜଣକ ୟୁକେର ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ବାହାରେ ଏବେ ପୋଲିସ, ଜେଟିପି ଏବଂ ଓଏସଏପି ମୁତୟନ ହେବା ପରେ ମଧ୍ୟ ବିଦେଶୀ ଜଣକ ଶ୍ରୀମନ୍ଦିରରେ ପ୍ରବେଶ କରିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ବିଦେଶୀ ଜଣକ କେଉଁ ଦ୍ୱାର ଦେଇ ପ୍ରବେଶ କରିଛନ୍ତି ସେ ନେଇ ତଦନ୍ତ ଚାଲିଛି । ସିସିଟିଭି ଫୁଟେଜ ଆଧାରରେ ଘଟଣାର ଯାଞ୍ଚ କରାଯାଉଛି । ଏହା ପୂର୍ବରୁ ମଧ୍ୟ ୫ ଜଣ ବାଂଲାଦେଶୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ । ସେହିପରି ଗତ ମାର୍ଚ୍ଚ ୨୩ରେ ଜଣେ ବିଦେଶୀ ମହିଳାଙ୍କୁ ୨୨ ପାହାଚ ନିକଟରୁ ଧରାଯାଇଥିଲା ।