କନକ ବ୍ୟୁରୋ : ସାରା ଦେଶ ଅଜି ହୋଲି ରଙ୍ଗରେ ରଙ୍ଗେଇ ହୋଇଛି । ରାଜନୈତିକ ନେତାଙ୍କ ଠାରୁ ଆରମ୍ଭ କରି ସିନେମା କଳାକାର ଓ ସମାଜସେବୀମାନେ ବିଭିନ୍ନ ସ୍ଥାନରେ ହୋଲି ଖେଳର ଆୟୋଜନ କରିଛନ୍ତି । ଏହି କ୍ରମରେ ଶ୍ରୀକ୍ଷେତ୍ର ପୁରୀରେ ଅବିର ରଙ୍ଗରେ ରଙ୍ଗେଇ ହୋଇଛନ୍ତି ବିଦେଶୀ । ପୁରୀରେ ଧୁମଧାମରେ ହୋଲି ପାଳନ କରିଛନ୍ତି ବାହାର ଦେଶରୁ ଆସିଥିବା ପର୍ଯ୍ୟଟକ । ପରସ୍ପରକୁ ରଙ୍ଗ ଲଗାଇ ଭାରତୀୟ ପରମ୍ପରା ଅନୁସାରେ ରଙ୍ଗର ପର୍ବ ହୋଲିରେ ସାମିଲ ହୋଇଛନ୍ତି ବିଦେଶୀ ପର୍ଯ୍ୟଟକ । ସବୁଠାରୁ ବଡକଥା ବିଦେଶୀ ପର୍ଯ୍ୟଟକମାନେ ଶ୍ରୀକ୍ଷେତ୍ରରେ କେବଳ ହର୍ବାଲ ରଙ୍ଗରେ ରଙ୍ଗେଇ ହୋଇଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us