କନକ ବ୍ୟୁରୋ : ସାରା ଦେଶ ଅଜି ହୋଲି ରଙ୍ଗରେ ରଙ୍ଗେଇ ହୋଇଛି । ରାଜନୈତିକ ନେତାଙ୍କ ଠାରୁ ଆରମ୍ଭ କରି ସିନେମା କଳାକାର ଓ ସମାଜସେବୀମାନେ ବିଭିନ୍ନ ସ୍ଥାନରେ ହୋଲି ଖେଳର ଆୟୋଜନ କରିଛନ୍ତି । ଏହି କ୍ରମରେ ଶ୍ରୀକ୍ଷେତ୍ର ପୁରୀରେ ଅବିର ରଙ୍ଗରେ ରଙ୍ଗେଇ ହୋଇଛନ୍ତି ବିଦେଶୀ । ପୁରୀରେ ଧୁମଧାମରେ ହୋଲି ପାଳନ କରିଛନ୍ତି ବାହାର ଦେଶରୁ ଆସିଥିବା ପର୍ଯ୍ୟଟକ । ପରସ୍ପରକୁ ରଙ୍ଗ ଲଗାଇ ଭାରତୀୟ ପରମ୍ପରା ଅନୁସାରେ ରଙ୍ଗର ପର୍ବ ହୋଲିରେ ସାମିଲ ହୋଇଛନ୍ତି ବିଦେଶୀ ପର୍ଯ୍ୟଟକ । ସବୁଠାରୁ ବଡକଥା ବିଦେଶୀ ପର୍ଯ୍ୟଟକମାନେ ଶ୍ରୀକ୍ଷେତ୍ରରେ କେବଳ ହର୍ବାଲ ରଙ୍ଗରେ ରଙ୍ଗେଇ ହୋଇଛନ୍ତି ।
ଶ୍ରୀକ୍ଷେତ୍ର ପୁରୀରେ ଅବିର ରଙ୍ଗରେ ରଙ୍ଗେଇ ହେଲେ ବିଦେଶୀ । ଧୁମଧାମରେ ହୋଲି ପାଳନ କଲେ ବାହାର ଦେଶରୁ ଆସିଥିବା ପର୍ଯ୍ୟଟକ
/kanak/media/post_attachments/wp-content/uploads/2024/03/2-42.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)