କୋଭିସିଲ୍ଡ ଟିକାକୁ ବ୍ରିଟେନର କଟକଣା: ଭାରତୀୟ ବୈଦେଶିକ ସଚିବ କହିଲେ, ଭେଦଭାବ ନୀତି ଦର୍ଶାଉଛି ବ୍ରିଟେନ୍

226

କନକ ବ୍ୟୁରୋ: କୋଭିସିଲ୍ଡ ଟିକାକୁ ସୀକୃତି ନଦେବା ବ୍ରିଟେନର ଭେଦଭାବ ନିତୀକୁ ଦର୍ଶାଇଛି । ଏହାଦ୍ୱାରା ଭାରତୀୟଙ୍କୁ ବ୍ରିଟେନ ଯାତ୍ରା କରିବା ପାଇଁ ଅସୁବିଧା ସାମ୍ନା କରିବାକୁ ପଡିବ । ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବୈଦେଶିକ ସଚିବ ହର୍ଶବର୍ଧନ ଶ୍ରୀଙ୍ଘଲ୍ । ସୋମବାର ବ୍ରିଟିସ ସରକାରଙ୍କ ତରଫରୁ ଭାରତ, ତୁର୍କି, ରୁଷିଆ, ୟୁଏଇରୁ ଯାତ୍ରା ଉପରେ କୋଭିଡ ସମ୍ଭଦ୍ଧିୟ ବିବାଦିୟ କଟକଣା ଜାରି କରାଯାଇଥିଲା । ଯେଉଁଥିରେ କୋଭିସିଲ୍ଡ ଟିକାର ୨ ଟି ଡୋଜ ନେବାପରେ ବି ଭାରତୀୟଙ୍କୁ ୧୦ ଦିନ ସଂଘରୋଧ ରହିବାକୁ ପଡିବ ବୋଲି ବୋରିଶ ଜନସନଙ୍କ ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଥିଲା ।

ଏହାପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଂକର ଏ ବିଷୟରେ ହସ୍ତକ୍ଷେପ କରି ୟୁକେ ବୈଦେଶିକ ସଚିବଙ୍କ ସହ କଥାହୋଇଥିଲେ । ତେବେ ବ୍ରିଟେନର ଏ ପ୍ରକାର ନିଷ୍ପତିକୁ ଦୃଢ ଭାବରେ ଉପସ୍ଥାପିତ କରାଯାଇଛି ବୋଲି ଭାରତୀୟ ବୈଦେଶିକ ସଚିବ ହର୍ଶ ଶ୍ରିଂଘଲ କହିଛନ୍ତି ।
ଶ୍ରିଂଘଲ କହିଛନ୍ତି ।